csstore

ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମ୍ବର୍ଦ୍ଧନା ଉତ୍ସବ ନିମିତ୍ତ ପ୍ରସ୍ତୁତି ବୈଠକ : ସମ୍ବର୍ଦ୍ଧିତ ହେବେ ଶିକ୍ଷା ପ୍ରତିଭା

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମ୍ବର୍ଦ୍ଧନା ଉତ୍ସବ ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଲୀନା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ଶିକ୍ଷା ଅଧିକାରୀ ସୁବର୍ଣ୍ଣପୁରଙ୍କ ସମେତ ଜିଲ୍ଲାର ସମ୍ପୃକ୍ତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମ ଆସନ୍ତା ୨୪/୦୨/୨୪ ଶନିବାର ଦିନ ସୋନପୁର ସ୍ଥିତ ରାମେଶ୍ୱର ଷ୍ଟାଡିୟମଠାରେ ଅନୁଷ୍ଠିତ ହେବାକୁ ସର୍ବ ସମ୍ମତ୍ତି କ୍ରମେ ସ୍ଥିରୀକୃତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ପ୍ରତ୍ୟେକ ବ୍ଲକସ୍ତରରୁ ଛାତ୍ରଛାତ୍ରୀ ତଥା ଶିକ୍ଷକ ମଣ୍ଡଳୀ ଯୋଗଦାନ କରିବାକୁ ଥିବାବେଳେ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ, ତଥା ପ୍ରତିଭା ନିମନ୍ତେ ଛାତ୍ରଛାତ୍ରୀ, ବିଦ୍ୟାଳୟ, ପ୍ରଧାନ ଶିକ୍ଷକ, ପ୍ରଧାନ ଶିକ୍ଷୟିତ୍ରୀ, ଶ୍ରେଷ୍ଠ ଶିକ୍ଷା ପଞ୍ଚାୟତଙ୍କୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯିବ ।

jayashree
Leave A Reply

Your email address will not be published.