oom

ଅମିତା ପାଳ ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଓ ସ୍ମୃତିସଭା

jsmm

ଭୋଗରାଇ ( ଶିବ ନାରାୟଣ ପାତ୍ର ) : ଏକଦା ନିର୍ଦ୍ଦିଷ୍ଟ ଦିବ୍ୟ ଲକ୍ଷ୍ୟ ପୂରଣ ସହ ସଂକ୍ଷିପ୍ତ ଜୀବନ ଜୀଇଁ ବାହୁଡି଼ ଯାଇଥିବା ଯୋଗଜନ୍ମା ଶ୍ରୀଚୈତନ୍ୟ ଓ ବିବେକାନନ୍ଦଙ୍କ ପରି ଆଜିର ଦିନରେ ଏହାର ଅନୁରୂପ କତିପୟ ବ୍ୟକ୍ତିସତ୍ତାଙ୍କ ମଧ୍ୟରେ ପ୍ରାକ୍ତନ ସରପଞ୍ଚ ସ୍ୱର୍ଗତଃ ଅମିତା ରାଣୀ ପାଳ ଅନ୍ୟତମ ବୋଲି ଆଜି ଆରୁହାବୃତି-୧ ପଞ୍ଚାୟତ ଅନ୍ତର୍ଗତ ବାରବାଟିଆ ଗ୍ରାମରେ ଅନୁଷ୍ଠିତ ଅମିତା ରାଣୀ ପାଳ ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଓ ସ୍ମୃତି ଚାରଣ ସଭାରେ ଯୋଗ ଦେଇଥିବା ଅତିଥି ମାନେ ମତବ୍ୟକ୍ତ କରିଛନ୍ତି । ପୂର୍ବତନ ସରପଞ୍ଚ ଶ୍ରୀପତି ଚରଣ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସ୍ମୃତି ସଭା ଓ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟକୁ ବିଶିଷ୍ଟ ସମାଜସେବୀ ତପନ କୁମାର ଦେ ଉଦ୍ଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ଆରୁହାବୃତି-୧ ପଞ୍ଚାୟତର ବିଜୁ ଜନତା ଦଳ ସଭାପତି ରାଜକିଶୋର ଜେନା ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ସୁ-ସାହିତ୍ୟିକ ଦେବବ୍ରତ ଦେ, ସମ୍ମାନିତ ଅତିଥି ଭାବେ କବି ଦେବବ୍ରତ ଜେନା, ନାଏବ ସରପଞ୍ଚ ଯୋଗେନ୍ଦ୍ର ନାଥ ପାଳ, ଖରିଦପିପଳ ସେବା ସମବାୟ ସମିତିର ସଦସ୍ୟ ରାମଚନ୍ଦ୍ର ଜେନା, ରାଜକିଶୋର ଜେନା, ଶିକ୍ଷକ ସୌଭାଗ୍ୟ ରଞ୍ଜନ ଦେ, ରାଜୀବ ଲୋଚନ ଜେନା, ରଣଜିତ୍ ଜେନା ପ୍ରଫୁଲ୍ଲ କୁମାର ଦେ, ରଞ୍ଜନ କୁମାର ଜେନା ୱାର୍ଡ ସଭ୍ୟ ସୁବଲ ସେଠୀ, କାର୍ତ୍ତିକ ଚନ୍ଦ୍ର ଜେନା , ସେକ୍ ନଜରୁଲ୍, ସମାଜସେବୀ ସୁବ୍ରତ କୁମାର ସାହୁ,କାର୍ତ୍ତିକ ଚନ୍ଦ୍ର ଜେନା,ଜ୍ଞାନ ରଂଜନ ପାଳ ପ୍ରମୁଖ ଯୋଗଦେଇ ପୂର୍ବତନ ସରପଞ୍ଚ ଦିବଂଗତା ଅମିତା ରାଣୀ ପାଳଙ୍କ ସ୍ମୃତି ଚାରଣ କରିଥିଲେ । ଏ ଅବସରରେ ଆୟୋଜିତ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଜିଲ୍ଲାର ଆଠଟି ଅଗ୍ରଣୀ ଟିମ୍ ଅଂଶଗ୍ରହଣ କରିଥିବା ବେଳେ ବାରମାଇଲ ଟିମ୍ ଚମ୍ପିଆନ ହୋଇଥିଲେ । ଖେଳ ପରିଚାଳକ ଭାବେ ପରମେଶ୍ଵର ଜେନା ଓ ସଞୟ ଜେନା ଏବଂ ସ୍କୋରର୍ ଭାବେ ଦେବାଶିଷ ଦେ, ପ୍ରମଥ ଦାସ ଏବଂ ଲକ୍ଷ୍ମୀ କାନ୍ତ ଜେନା ଦାୟିତ୍ୱ ତୁଲାଇଥିଲେ ।

jittmm
Leave A Reply

Your email address will not be published.