କଂଗ୍ରେସ ସଭାରେ ଉଦ୍‌ବୋଧନ ଦେବା ବେଳେ ଅସୁସ୍ଥ ହୋଇ ପଡ଼ିଲେ ନରସିଂହ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : କଂଗ୍ରେସ ଦଳର ପ୍ରତିଷ୍ଠା ଦିବସ ଅବସରରେ ସ୍ଥାନୀୟ ସିବିଆଇ ଅଫିସ୍‌ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସମୟରେ କଂଗ୍ରେସ ବିଧାୟକ ଦଳ ନେତା ତଥା ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଉଦ୍‌ବୋଧନ ଦେଉଥିବା ବେଳେ ହଠାତ୍‌ ଅସୁସ୍ଥ ହୋଇ ପଡ଼ିଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ତୁରନ୍ତ ଏକ ଘରୋଇ ନର୍ସିଂ ହୋମ୍‌ରେ ଭର୍ତ୍ତି କରାଯାଇଥିବା ବେଳେ କଂଗ୍ରେସ ଦଳର ବହୁ ବରିଷ୍ଠ ନେତା ତଥା କର୍ମୀମାନେ ସେଠାରେ ଉପସ୍ଥିତ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସାମାନ୍ୟ ସ୍ଥିର ରହିଥିବା କୁହାଯାଉଛି ।

Leave A Reply

Your email address will not be published.