csstore

ସ୍କୁଲକୁ ଯିବା ସମୟରେ ଟେମ୍ପୁରୁ ଛିଟିକି ପଡ଼ି ଛାତ୍ରୀ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍କୁଲକୁ ଯିବା ସମୟରେ ଟେମ୍ପୁରୁ ଛିଟିକି ପଡ଼ି ଛାତ୍ରୀ ଗୁରୁତର ହୋଇ ବଲାଙ୍ଗିର ବିବିଏମ୍‌ସିଏଚ୍‌ରେ ଚିକିତ୍ସାଧୀନ ଥିବା ସୂଚନା ମିଳିଛି । ମିଳିଥିବା ଖବର ଅନୁସାରେ ମୁରିବାହାଲ ଥାନା କନ୍ଧେନଝୁରାର ଷଷ୍ଠ ଶ୍ରେଣୀ ଛାତ୍ରୀ ପୂର୍ଣ୍ଣିମା ସାହୁ(୧୨) ୪ କିଲୋମିଟର ଦୂରବର୍ତ୍ତୀ ମକାପାଲି ସ୍କୁଲକୁ ଟେମ୍ପୁ ଯୋଗେ ପାଠ ପଢ଼ିବାକୁ ଯାଉଥିବା ସମୟରେ ସ୍କୁଲ ପାଖରେ ଏକ ହମ୍‌ସ୍‌ ପାଖରେ ଟେମ୍ପୁରୁ ଛିଟିକି ପଡ଼ିବା ଫଳରେ ଡାହାଣ ହାତର ଆଙ୍ଗୁଠି ଗୁଡ଼ିକ ଭାଙ୍ଗି ଯାଇଥିବା ବେଳେ ମୁହଁରେ ମଧ୍ୟ ଗଭୀର ଆଘାତ ଲାଗିଛି । ଛାତ୍ରୀ ପୂର୍ଣ୍ଣିମାଙ୍କୁ ତାଙ୍କ ପରିବାରବର୍ଗ ବଲାଙ୍ଗିର ବିବିଏମ୍‌ସିଏଚ୍‌ର ସର୍ଜରୀ ୱାର୍ଡରେ ଭର୍ତ୍ତି କରିଥିବା ଜଣାପଡ଼ିଛି ।

jayashree
Leave A Reply

Your email address will not be published.