କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅଲାତରା ଗ୍ରାମପଞ୍ଚାୟତର କବିଚନ୍ଦ୍ରପୁରଠାରେ ଚାଲିଥିବା ସୁଦାମ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ତୃତୀୟ ଦିନରେ ଉଫେର ଦଳ ସେମିଫାଇନାଲକୁ ପ୍ରବେଶ କରିଛି । ୩ ଗୋଟି ମ୍ୟାଚ୍ ହୋଇ ଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ବି.ଟି.ଏଫ୍ ଜୟରାମ ସାମଲ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରଥମ ମ୍ୟାଚରେ ଉଫେର ପ୍ରଥମେ ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ ୧୦ ଓଭରରେ ୬ ୱିକେଟ ବିନିମୟରେ ୧୬୨ ରନ୍ କରି ଥିବାବେଳେ ରେଗେଡା ଦଳ ସମସ୍ତ ୱିକେଟ ହରାଇ ୭୨ ରନ୍ କରିଥିଲେ । ଦ୍ୱିତୀୟ ମ୍ୟାଚ୍ ପଲମ ଦଳ ପ୍ରଥମେ ବ୍ୟାଟିଙ୍ଗ ନିର୍ଦ୍ଧାରିତ ୧୦ ଓଭରରେ ୬ ୱିକେଟରେ ୧୧୦ ରନ କରିଥିବା ବେଳେ ଜାମବାହେଲି ଦଳ ୧୦ ଓଭରରେ ୬ ୱିକେଟ ରେ ୮୩ ରନ କରିଥିଲେ । ଶେଷ ମ୍ୟାଚ୍ ଉଫେର ଦଳ ପ୍ରଥମେ ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ ୧୦ ଓଭରରେ ୪ ୱିକେଟରେ ୮୨ ରନ୍ କରିଥିବା ବେଳେ ପଲମ ଦଳ ୮.୨ ଓଭରରେ ୩ ୱିକେଟରେ ୮୮ ରନ୍ କରି ବିଜୟୀ ହୋଇ ସେମିଫାଇନାଲକୁ ପ୍ରବେଶ କରିଛି । ଏହି ମ୍ୟାଚ୍ରେ ଖେଳ ପରିଚାଳନା କରିଥିଲେ ଶେଷଦେବ ଜାଲ, ଆଦିତ୍ୟ ସେଲମା, ପ୍ରଶାନ୍ତ ଭୋଇ ଓ ଦେବାଶିଷ ବାଣୁଆଁ । ସ୍କୋରବୋର୍ଡରେ ଡେଭିଡ ରଣା ଓ ଡୋଳାମଣି ବିଶି ଥିବାବେଳେ ମାଧବ ଭୋଇ ଓ କାଳିଆ ରଣା ଧାରାବିବରଣୀ ପ୍ରଦାନ କରିଥିଲେ । ଏଥିରେ ଯୁବକ ସଙ୍ଘର ସମସ୍ତ ସଦସ୍ୟମାନେ ସାହାଯ୍ୟ କରିଥିଲେ ।