csstore

ଆଦିବାସୀ କଲ୍ୟାଣ ସଂଘର ମହାସମ୍ମିଳନୀ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ ସ୍ଥିତ ରାଜା ଏଟି ହାଇସ୍କୁଲ ଖେଳ ପଡ଼ିଆରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଆଦିବାସୀ ମହାସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ମା’ ସମଲେଶ୍ୱରୀ ମନ୍ଦିରରୁ ପୂଜାର୍ଚ୍ଚନା ପରେ ହଜାର ହଜାର ଆଦିବାସୀଙ୍କ ଦ୍ୱାରା ଏକ ବିରାଟ ଶୋଭାଯାତ୍ରା ହୋଇ ରାଜା ଏଟି ହାଇସ୍କୁଲ ଖେଳ ପଡିଆରେ ଏକ ବୈଠକ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସଭାପତି ଘାସିରାମ ମାଝୀଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଆଦିବାସୀ ଉନ୍ନୟନ ସଂସ୍ଥା ଅଧ୍ୟକ୍ଷ ଭଗତରାମ ମାଝୀ, ମୁଖ୍ୟ ବକ୍ତା ଜିଲ୍ଲା ଆଦିବାସୀ କଲ୍ୟାଣ ସମ୍ପାଦକ ସୋମନାଥ ଖମାରୀ, ବଲାଙ୍ଗିର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସଭାପତି ପୁସ୍ତମ ଧରୁଆ, ଆସିଷ୍ଟାଣ୍ଟ କମିଶନର ଜିଏସ୍‌ଟି ବୁଟୁଲୁ ମାଝୀ, ଖଡିଆଳ ବ୍ଲକ ସଭାପତି ବିହାରୀଲାଲ ମାଝୀ, ବୋଡ଼େନ ବ୍ଲକ ସଭାପତି ମଝିଆ ମାଝୀ, ନୂଆପଡା ବ୍ଲକ ସଭାପତି ହରି ମାଝୀ, କୋମନା ବ୍ଲକ ସଭାପତି ଭକ୍ତରାମ ମାଝୀ, ସିନାପାଲି ବ୍ଲକ ସଭାପତି ଦୁର୍ବଳ ମାଝୀ, ଚିନ୍ଦା ସମାଜ ସଭାପତି ତୁଲାରାମ ଚିନ୍ଦା, କନ୍ଦ ସମାଜ ସଭାପତି ଧନୀରାମ ଭୋଇ, ଗୋଣ୍ଡ ସମାଜ ସଭାପତି ଦିବ୍ୟ ସିଂ ମାଝୀ, ଖାଡ଼ିଆ ସମାଜ ସଭାପତି ଚିନ୍ତାମଣି ଖାଡିଆ, ବଞ୍ଜାରା ସମାଜ ସଭାପତି ଲଛମନ ବଞ୍ଜାରା ଯୋଗଦେଇଥିବା ବେଳେ କରୁଣା ଶଙ୍କର ମାଝୀ ଓ ଜିଲ୍ଲା ଗଣ ସମାଜ କର୍ମକର୍ତ୍ତା ପ୍ରଶନ୍ନ କୁମାର ମାଝୀ ମଞ୍ଚ ପରିଚାଳନା କରିଥିଲେ ଓ ଆଦିବାସୀ ମାନଙ୍କ ହକ୍‌ ଅଧିକାର ପାଇଁ ଏହି ସଭାରେ ମଞ୍ଚାସୀନ ଅତିଥିମାନେ ନିଜନିଜର ବକ୍ତବ୍ୟ ରଖିଥିଲେ ।

jayashree
Leave A Reply

Your email address will not be published.