csstore

ଆଗଲପୁରରେ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଆଗଲପୁର ହାଇସ୍କୁଲ ପଡିଆରେ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଆଗଲପୁର ଫୁଟବଲ ଆସୋସିଏସନ୍‌ ଆନୁକୁଲ୍ୟରେ ଏହି ଟୁର୍ଣ୍ଣାମେଣ୍ଟଟି ଅନୁଷ୍ଠିତ ହୋଇଯାଇଛି । ଏଥିରେ ପଦ୍ମପୁର, ସୁନ୍ଦରଗଡ, ଭିଲାଇ, କୁଚିଣ୍ଡା, ସମ୍ବଲପୁର, ବିଶାଖାପାଟଣା, ବୀରମାହାରାଜପୁର, ବୁର୍ଲା ମୋଟ ୮ ଗୋଟି ଦଳ ଅଂଶଗ୍ରହଣ କରିଥିବାବେଳେ ଉଦ୍‌ଘାଟନୀ ମ୍ୟାଚ ପଦ୍ମପୁର ଓ ସୁନ୍ଦରଗଡ ମଧ୍ୟରେ ଅନୁଷ୍ଠିତ ହୋଇ ସୁନ୍ଦରଗଡ ଦଳ ପଦ୍ମପୁର ଦଳକୁ ୨-୦ ଗୋଲ ଦେଇ ବିଜୟୀ ହୋଇଥିବା ଆଥ୍‌ଲେଟିକ୍‌ ଆସୋସିଏସନ୍‌ ପକ୍ଷରୁ ପ୍ରକାଶ । ଉଦ୍‌ଘାଟନୀ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ଜିଲ୍ଲା ଫୁଟ୍‌ବଲ୍‌ ସଂଘର ସଭାପତି ଶ୍ରୀକର ମିଶ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଯୁବ ନେତା ଆକାଶ ମିଶ୍ର, ବଲାଙ୍ଗିର ଜିଲ୍ଲା ଫୁଟ୍‌ବଲ୍‌ ସଂଘର ଚେୟାରମ୍ୟାନ ପ୍ରଭାତ ମିଶ୍ର, ଆଗଲପୁର ଥାନା ଅଧିକାରୀ ବାସୁଦେବ ଭୋଇ, ଯୁକ୍ତଦୁଇ କଲେଜର ବରିଷ୍ଠ କିରାଣୀ କିଶୋରଚନ୍ଦ୍ର ତ୍ରିପାଠୀ ଆଗଲପୁର ଆସୋସିଏସନ୍‌ ସଭାପତି ଭିକାରୀ ଚରଣ ବାଗ ପ୍ରମୁଖ ମଂଚାସୀନ ଥିଲେ । ପ୍ରଥମ ଦିନର ଖେଳରେ ଖେଳ ପରିଚାଳନା କରିଥିଲେ ପ୍ରଶାନ୍ତ ବେହେରା, ଅଶ୍ୱିନୀ ବରିହା, ସଂଜୀବ ମହାରଣା, ନବୀନ ବେହେରା, ଆଗଲପୁର ଆଥ୍‌ଲେଟିକ୍‌ ଆସୋସିଏସନ୍‌ର ସଂପାଦକ ବ୍ୟୋମକେଶ ପାଠୀ, ଆୟୋଜକ ସୁଧାଂଶୁ ସେଠଙ୍କ ସହ ସମସ୍ତ କମିଟି ସଭ୍ୟ ଓ ଗ୍ରାମବାସୀମାନଙ୍କ ସହଯୋଗରେ ଉଦ୍‌ଘାଟନୀ ମ୍ୟାଚ ଶାନ୍ତି ଶୃଙ୍ଖଳା ସହ ସମାପନ ହୋଇଯାଇଛି ।

jayashree
Leave A Reply

Your email address will not be published.