ବଲାଙ୍ଗିର ଜିଲ୍ଲାରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୭ : ତୁରେକେଲା ବ୍ଲକ୍‌ ଘୁନେଷ ଗ୍ରା.ପ.ରୁ ୧୦ ଜଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୭ ରହିଛି । ବେଲପଡ଼ା ବ୍ଲକ୍‌ ନୁନହାଡ଼, ବେଲପଡ଼ା ଓ ମଣ୍ଡଲ ଗ୍ରା.ପ.ରେ ଜଣେ ଲେଖାଏଁ ସଂକ୍ରମିତ ହୋଇଥିବା ବେଳେ ଦେଓଗାଁ ବ୍ଲକ୍‌ ଦେଓଗାଁ ଓ ରାମଚନ୍ଦ୍ରପୁର ଗ୍ରା.ପ.ରେ ଜଣେ ଲେଖାଏଁ ଆକ୍ରାନ୍ତ ହୋଇଛନ୍ତି । ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ.୧ରୁ ଜଣେ, କଂଟାବାଂଜି ଏନ୍‌ଏସି ୱାର୍ଡ ନଂ.୪ରୁ ଜଣେ, ତୁଷୁରା ଏନ୍‌ଏସି ୱାର୍ଡ ନଂ.୧୧ରୁ ଜଣେ, ଗୁଡ଼ଭେଲା ବ୍ଲକ୍‌ ଚିଂଚେଡ଼୍‌ ଗ୍ରା.ପ.ରୁ ଜଣେ, ଲୋଇସିଂହା ବ୍ଲକ୍‌ ବୁର୍ଡା ଗ୍ରା.ପ.ରୁ ଜଣେ ସଂକ୍ରମିତ ହୋଇଛନ୍ତି । ସେହିପରି ପାଟଣାଗଡ଼ ବ୍ଲକ୍‌ ବଥର୍ଲା ଗ୍ରା.ପ.ରୁ ୨ ଜଣ, ମରୁଆଁ, ଫଟାମୁଣ୍ଡା ଓ ଖୁର୍ସେଲ ଗ୍ରା.ପ.ରୁ ଜଣେ ଲେଖାଏଁ, ଟିଟିଲାଗଡ଼ ବ୍ଲକ୍‌ ଖୋଲାନ ଓ ମହୁଲପଡ଼ା ଗ୍ରା.ପ.ରୁ ଜଣେ ଲେଖାଏଁ ଆକ୍ରାନ୍ତ ହୋଇଛନ୍ତି । ତୁରେକେଲା ବ୍ଲକ୍‌ ଘନେଷ ଗ୍ରା.ପ.ରୁ ୧୦ ଜଣ ସଂକ୍ରମିତ ହୋଇଛନ୍ତି । ୧୨୦ ଜଣ ଏକ୍‌ଟିଭ୍‌ ସଂକ୍ରମିତ ଏବେ ଜିଲ୍ଲାରେ ଚିକିତ୍ସାଧୀନ ଅଛନ୍ତି ।

Leave A Reply

Your email address will not be published.