ଅଯୋଧ୍ୟା ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ପାଇଁ ଉତ୍ସବ ମୁଖର କଳାହାଣ୍ଡି

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଦୀର୍ଘ ବର୍ଷର ପ୍ରତୀକ୍ଷା ପରେ ଆଜି ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ହୋଇଯାଇଛି । ଯାହାକୁ ନେଇ ପୁରଠୁ ପଲ୍ଲୀ ଯାଏ ଉତ୍ସବ ମୁଖର ହୋଇଉଠିଛି । କଳାହାଣ୍ଡିରେ ମଧ୍ୟ ଜନସାଧାରଣ ବେଶ ଉତ୍ସାହିତ ଥିବା ଦେଖାଯାଇଛି । ଏହି ପରିପ୍ରେକ୍ଷୀରେ କଲମପୁର ହନୁମାନ ମନ୍ଦିର କମିଟି ପକ୍ଷରୁ ମଧ୍ୟ ସୁନ୍ଦର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ହନୁମାନ ମନ୍ଦିରଠାରୁ ଏକ ସୁସଜ୍ଜିତ ରଥରେ ପ୍ରଭୁ ଶ୍ରୀରାମ, ଲକ୍ଷ୍ମଣ, ସୀତା ଏବଂ ହନୁମାନ ବେଶରେ ଶିଶୁମାନଙ୍କୁ ସଜ୍ଜିତ କରାଯାଇ ଏକ ବିରାଟ ଶୋଭାଯାତ୍ରା କରାଯାଇଥିଲା । ଘଣ୍ଟ ଦଳ, କୀର୍ତ୍ତନ ଦଳର ଘଣ୍ଟ ଘଣ୍ଟା ନାଦ ସହ ଜୟ ଶ୍ରୀରାମ ଧ୍ୱନିରେ ଗଗନ ପବନ ମୁଖରିତ ହୋଇ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଏହି ଶୋଭାଯାତ୍ରାରେ ଅଞ୍ଚଳବାସୀ ସାମିଲ ହୋଇ ଦାସିଗାଁ ଯାଏ ଯାଇଥିଲେ । ସେଠୁ ଫେରି କଲମପୁର ନଗର ପରିକ୍ରମା କରିଥିଲେ ।

Leave A Reply

Your email address will not be published.