ରାଜ୍ୟସ୍ତରୀୟ କ୍ରିକେଟ ମ୍ୟାଚ୍‌ : ଦ୍ୱିତୀୟ ଦିବସରେ ରାଉରକେଲା ବିଜୟୀ

ମ.ରାମପୁର, (ହେମନ୍ତ ସାହୁ) : ଧବଳେଶ୍ୱର କ୍ରୀଡା ଓ ସାଂସ୍କୃତିକ ଅନୁଷ୍ଠାନ ମୋହନଗିରିର ୧୯ତମ ରାଜ୍ୟସ୍ତରୀୟ କ୍ରିକେଟ ମ୍ୟାଚ୍‌ର ଦ୍ୱିତୀୟ ଦିନ ମ୍ୟାଚ୍‌ ରାଉରକେଲା ବନାମ ବରଗଡ଼ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ରାଉରକେଲା ଟସ୍‌ ଜିଣି ପ୍ରଥମେ ବୋଲିଂର ନିଷ୍ପତ୍ତି ନେଇଥିଲା । ବରଗଡ଼ ଦଳ ପ୍ରଥମେ ବ୍ୟାଟିଂ କରି ୧୬ ଓଭରରେ ୧୦ ୱିକେଟ ହରାଇ ୨୧୨ରନ୍‌ ସଂଗ୍ରହ କରିଥିଲା । ଜବାବରେ ରାଉରକେଲା ୮ଟି ୱିକେଟ ହରାଇ ୨୧୫ ରନ୍‌ ସଂଗ୍ରହ କରି ବିଜୟ ହାସଲ କରିଥିଲା । ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍ ରାଜେଶ୍ୱରଙ୍କୁ ୫୩ ରନ୍‌ ସଂଗ୍ରହ ଓ ୨ ୱିକେଟ ପାଇଁ ଦିଆ ଯାଇଥିଲା । ସ୍କୋରର୍ ଟୁକୁ ମହାନନ୍ଦ, ସୁନୀଲ ଭୋଇ ଥିବାବେଳେ ଧାରା ବିବରଣୀ ସ୍ୱପ୍ନେଶ୍ୱର କର୍ମୀ ପ୍ରଦାନ କରିଥିଲେ । ଅନୁଷ୍ଠାନର ସଭାପତି ଶୁକଦେବ ସାହୁ, ଉପସଭାପତି ସୂର୍ଯ୍ୟନାରାୟଣ ସାହୁ, ସମ୍ପାଦକ ଲକ୍ଷ୍ମୀକାନ୍ତ ବେହେରା, ସହସମ୍ପାଦକ ଦିବାକର ସାହୁ ଓ ସମସ୍ତ ସଦସ୍ୟଙ୍କ ସହଯୋଗରେ ମ୍ୟାଚ୍‌ଟି ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.