ବିଦ୍ୟାଳୟ ସ୍ତରୀୟ ଭାଷା, ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘୋରଡ଼ିଆ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଭାଷା, ସାହିତ୍ୟ ଓ ସୃଜନଶୀଳତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ତଥା ବରିଷ୍ଠ ଶିକ୍ଷାବିତ୍‌ ଗୋବିନ୍ଦ ଚନ୍ଦ୍ର ସାମନ୍ତରାୟ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କଲାପରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାହିତ୍ୟ ସୃଜନ, କ୍ରୀଡ଼ାଙ୍ଗନ, କୌଶଳୀ, ଜ଼ିଜ୍ଞାସାର ବିଭିନ୍ନ ପ୍ରକଳ୍ପ ପ୍ରଦର୍ଶନ ସହ ଗୀତ, ନାଚ ଓ କବିତା ଆବୃତ୍ତି ହୋଇଥିଲା । ପୂର୍ବତନ ଛାତ୍ରଛାତ୍ରୀ ଓ ଅଭିଭାବକମାନେ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ । ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ରୂପେ ବରିଷ୍ଠ ଶିକ୍ଷାବିତ୍‌ ଗୋବିନ୍ଦ ଚନ୍ଦ୍ର ସାମନ୍ତରାୟ, ମୁଖ୍ୟବକ୍ତା ଶିକ୍ଷାବିତ୍‌ ଗୋବର୍ଦ୍ଧନ ବରାଳ, ସମ୍ମାନିତ ଅତିଥି ରୂପେ ସର୍ବେଶ୍ୱର ଭୁଜୁବଳ, ଗୀତାରାଣୀ ରଣଜିତ, ସିଆର୍‌ସିସି ତପନ କୁମାର ମଲ୍ଲିକ, କବି ମହାପାତ୍ର, ବିରଞ୍ଚି ରାୟ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ । ଶିକ୍ଷୟିତ୍ରୀ ସୁଶ୍ରୀ ପ୍ରିୟଦର୍ଶିନୀ ମଲ୍ଲିକ ଅତିଥି ପରିଚୟ ପ୍ରଦାନ ସହ ମଞ୍ଚ ପରିଚାଳନା କରିଥିଲେ । ଅବଜର୍ଭର ଭାବେ ସଂଯୁକ୍ତା ମିଶ୍ର ଓ ଦୁର୍ଗା ପ୍ରସାଦ ରଥ ଯୋଗ ଦେଇଥିଲେ । ଶିକ୍ଷକ ଚିତ୍ତରଞ୍ଜନ ରାଉତରାୟ, ସୁରେନ୍ଦ୍ର ନାଥ ସେଠି, ସହଦେବ ମଲ୍ଲିକ, ଅଜିତ କୁମାର ମହାପାତ୍ର, ରାଜେଶ ପ୍ରଧାନ, ଶିକ୍ଷୟିତ୍ରୀ ସୁରଭି ପ୍ରଧାନ, କୁନ୍ତଳା ବିଶ୍ୱାଳ, ଶ୍ରଦ୍ଧାଞ୍ଜଳି ଜେନା, ମମତା ବେହେରାଙ୍କ ସମେତ ଶିକ୍ଷା କର୍ମଚାରୀ ସୁରେଶ କୁମାର ରାଉଳ, ଅରବିନ୍ଦ ବେହେରା ଓ ନୀଳାମ୍ବର ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ପରିଶେଷରେ କାର୍ଯ୍ୟକ୍ରମର ସଫଳତା ପାଇଁ ବରିଷ୍ଠ ଶିକ୍ଷକ ସୁରେନ୍ଦ୍ର ନାଥ ସେଠି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.