jayashree

ପଶ୍ଚିମ ଓଡିଶା କଳାକାର ସଂଘ ଦ୍ୱାରା ନୂଆ ଭେଟି କଳାକାର ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲକି ବିବାହ ମଣ୍ଡପଠାରେ ପଶ୍ଚିମ ଓଡିଶା କଳାକାର ସଂଘ ଦ୍ୱାରା ନୂଆ ଭେଟି ଓ କଳାକାର ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ କଣ୍ଠଶିଳ୍ପୀ ରୁକୁ ସୁନା, ଦିଲିପ ଦୀପ, ଲଖନ୍‌ ନନ୍ଦ, ପ୍ରଯୋଜକ ଦେବେନ୍ଦ୍ର ସାହୁ, ଯୁବ ସଂଗଠନର ସଭାପତି ବିନୋଦ କୁମାର କାଲସାଏ, ଅଭିନେତ୍ରୀ ରୁକ୍ସନା ବାନୋ, ଅଭିନେତା ରେଶନ ଭରଦ୍ୱାଜ, ଆଶୁତୋଷ ମିଶ୍ର, ସାଗର କୁମ୍ଭାର ପ୍ରମୁଖ ମଂଚାସୀନ ହୋଇଥିଲେ । ସଭାକୁ ଅଜୟ କୁମାର ନାଗ ସଭାପତିତ୍ୱ କରିଥିବା ବେଳେ ଯୋଗୀନ୍ଦ୍ର ଦୀପ ସଂଯୋଜନା କରିଥିଲେ । କଣ୍ଠଶିଳ୍ପୀ ଦିଲିପ ଦୀପ ତାଙ୍କର ମନ୍ତବ୍ୟରେ କହିଥିଲେ ଆମର ଅଂଚଳରେ ଅନେକ ବିଶିଷ୍ଟ କଳାକାରମାନେ ଅଛନ୍ତି ଓ କଳାକୁ ବଂଚେଇ କି ରଖିଛନ୍ତି କିପରି କଳାକାରମାନେ ଅଧିକରୁ ଅଧିକ କାମ ପାଇବା ଓ ନିଜର ପ୍ରତିଭା ଆଗକୁ ନେବେ ସମସ୍ତେ ମିଳିମିଶି କିପରି ଅଧିକରୁ ଅଧିକ କାମ କରିବେ ଯଦ୍ୱାରା କଳାକାର ବିକଶିତ ହେବ ବୋଲି କହିଥିଲେ ଏବଂ ପରେ ପରେ ସବୁ ମଂଚାସୀନ କଳାକାର ନିଜ ନିଜର ମନ୍ତବ୍ୟ ଦେଇଥିଲେ । ଏହି ଅବସରରେ ରୋଶନ ରାଜ, ଭିକି ପ୍ରୋ, ରକି ରାଉତ, ବିନୟ ସୁନା, ଜିତ ସୁନା, ମୁକେଶ ସୁନା, ଶୁଭମ, ସାହୀଦ, ଏମ୍‌ଏନ୍‌ ଇଂଜିତ, ଶୁମ୍‌ଭ, ପପୁଲୁ, ବିଟୁ, ରାଶି, ଦୀପିକା, ଜୟଶ୍ରୀ, ସତ୍ୟଭାମା, ଦିୟା, ସୌମ୍ୟା, ଗୀତା, ଲିପିକା, ଚନ୍ଦନ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ବିଶିଷ୍ଟ ସିନେ ଅଭିନେତା ରତନ ମେହେର ଓ ବିଶିଷ୍ଟ ଅଭିନେତା ତଥା ମଂଚ କଳାକାର ଲଳିତ ପୂଜାରୀ ସଭାରେ ଆମ ଦ୍ୱାରା ଯାହା ହେବ ସହଯୋଗ କରିବୁ ଓ ସବୁବେଳେ ସମର୍ଥନ କରିବୁ ବୋଲି କହିଥିଲେ ।

Leave A Reply

Your email address will not be published.