oom

ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ମା’ ମାଣିକେଶ୍ଵରୀ ଘୁମୁରା ପ୍ରଶିକ୍ଷଣ କେନ୍ଦ୍ର ଉଦ୍‌ଘାଟିତ

jsmm

ଭବାନୀପାଟଣା, (ହେମନ୍ତ ସାହୁ) : କଳାହାଣ୍ଡିର ଲୋକନୃତ୍ୟ ଘୁମୁରାକୁ ଆହୁରି ସମୃଦ୍ଧ କରିବା ଉଦ୍ଦେଶ୍ୟରେ ରାଜ୍ୟ ସଂସ୍କୃତି ବିଭାଗ ଆନୁକଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଆଜି ମା’ ମାଣିକେଶ୍ଵରୀ ଘୁମୁରା ପ୍ରଶିକ୍ଷଣ କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି । ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ଏହି ପ୍ରଶିକ୍ଷଣ କେନ୍ଦ୍ରର ଶୁଭ ଉଦ୍‌ଘାଟନ କରିବା ସହିତ ପ୍ରଶିକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଜିଲ୍ଲାର ନୂତନ ସଂସ୍କୃତି ଭବନ ନିର୍ମାଣ ପରେ ସେଠାରେ ଘୁମୁରା ପ୍ରଶିକ୍ଷଣ କେନ୍ଦ୍ର ନିମନ୍ତେ ସ୍ଵତନ୍ତ୍ର ବ୍ୟବସ୍ଥା କରାଯିବ ଏବଂ ଲୋକ ନୃତ୍ୟ ଘୁମୁରାକୁ ଆହୁରି ସମୃଦ୍ଧ କରିବାରେ ଜିଲ୍ଲା ପ୍ରଶାସନ ସଂପୂର୍ଣ୍ଣ ସହଯୋଗ କରିବ ବୋଲି କହିଥିଲେ । ଜିଲ୍ଲାପାଳଙ୍କ ସମେତ କଳାହାଣ୍ଡିର ବିଶିଷ୍ଟ ସଂସ୍କୃତିବିତ୍ ଜୟନ୍ତ କୁମାର ବେହେରା, ଅଶୋକ କୁମାର ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ସତ୍ୟନାରାୟଣ ମହାପାତ୍ର, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଦସ୍ୟ ଧ୍ୟାନାନନ୍ଦ ପଣ୍ଡା, ଘୁମୁରା ଗୁରୁ ସୁରୁ ବାରିକ, ତିର୍ଥରାଜ ଦଳପତି, ନାଟ୍ୟକାର କାହ୍ନୁଚରଣ ଗଉଡ, ମା’ ମାଣିକେଶ୍ଵରୀ ଘୁମୁରା ପ୍ରଶିକ୍ଷଣ କେନ୍ଦ୍ରର ଘୁମୁରା ଗୁରୁ କୈଳାସ ଚନ୍ଦ୍ର ସିଂହ, ଚୈତନ୍ୟ ରାଉତ ପ୍ରମୁଖ ମଞ୍ଚାସୀନ ରହିଥିଲେ । ପ୍ରଶିକ୍ଷଣ କେନ୍ଦ୍ରରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୩୦ ଜଣ ଉତ୍ସାହୀ ଘୁମୁରା ପ୍ରେମୀ ଯୁବକଙ୍କୁ ତାଲିମ ପ୍ରଦାନ କରାଯିବ ଏବଂ ଏହି ତାଲିମ ପରେ ସମସ୍ତେ ଉଚ୍ଚକୋଟୀର ଘୁମୁରା ପ୍ରଦର୍ଶନ କରିବେ ବୋଲି ସଙ୍ଗୀତ ନାଟକ ଏକାଡେମୀ ସଦସ୍ୟ ଶ୍ରୀ ପଣ୍ଡା ସୂଚନା ଦେବା ସହ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଓ ଶେଷରେ ଘୁମୁରା ନୃତ୍ୟ ପ୍ରଦର୍ଶନ କରାଯାଇଥିଲା ।

jittmm
Leave A Reply

Your email address will not be published.