
ନୂଆଦିଲ୍ଲୀ : ଜାନୁଆରୀ ୩୧ରୁ ସଂସଦର ବଜେଟ୍ ଅଧିବେଶନ । ଯାହାକି ଜାନୁଆରୀ ଶେଷ ତାରିଖରୁ ଆରମ୍ଭ ହେଇ ଫେବ୍ରୁଆରୀ ୯ତାରିଖ ଯାଏଁ ଚାଲିବ । ତେବେ ମୋଦୀ ସରକାରର ଦ୍ୱିତୀୟ କାର୍ଯ୍ୟକାଳର ଏହା ଶେଷ ବଜେଟ୍ ଅଧିବେଶନ ହେବାକୁ ଯାଉଛି । ଆସନ୍ତା ଜାନୁଆରୀ ୩୧ ତାରିଖରେ ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ, ଫେବ୍ରୁଆରୀ ୧ ତାରିଖରେ ଅର୍ଥମନ୍ତ୍ରୀ ସଂସଦରେ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିବେ ବୋଲି ସୂଚନା ମିଳିଛି ।