ଟିଟିଲାଗଡ଼ ପୌର ପରିଷଦ ଅଞ୍ଚଳରେ ଅର୍ପଣ ରଥ ପରିକ୍ରମାରେ ସାମିଲ ହେଲେ ମନ୍ତ୍ରୀ ଟୁକୁନି ସାହୁ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆଜି ମଙ୍ଗଳବାର ଅପରାହ୍ନରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଟିଟିଲାଗଡ଼ ପୌର ପରିଷଦ ପକ୍ଷରୁ ଜଗନ୍ନାଥଙ୍କ ଅର୍ପଣ ରଥର ପରିକ୍ରମା ଆରମ୍ଭ ହୋଇଯାଇଛି । ଏହି ଅର୍ପଣ ରଥ ପରିକ୍ରମା ଶୁଭ ଅବସରରେ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଜଗନ୍ନାଥ ମନ୍ଦିର ଭିତରକୁ ଯାଇ ପ୍ରଥମେ ଦର୍ଶନ ଲାଭ କରି ପତାକା ଦେଖାଇ ପରିକ୍ରମା ଆରମ୍ଭ କରିବା ସହ ନିଜେ ଜନସାଧାରଣଙ୍କ ସହ ଚାଲି ଚାଲି ୱାର୍ଡକୁ ୱାର୍ଡ ବୁଲୁଛନ୍ତି । ଏହି ରଥ ସହରର ସମସ୍ତ ୱାର୍ଡ ବୁଲିବା ସହ ଶ୍ରୀ ଜଗନ୍ନାଥଙ୍କ ପାଇଁ ଚାଉଳ ଓ ଗୁଆ ସଂଗ୍ରହ କରାଯାଉଛି । ଏହି ଅର୍ପଣ ରଥ ପରିକ୍ରମା ଅବସରରେ ମନ୍ତ୍ରୀଙ୍କ ପ୍ରତିନିଧି ଅରୁଣ ମିଶ୍ର, ସମସ୍ତ ବିଜେଡି କାଉନ୍‌ସିଲର୍‌, ପୌର ପରିଷଦର ସମସ୍ତ କର୍ମଚାରୀମାନେ ସହଯୋଗ କରିଥିଲେ । ଭଜନ କୀର୍ତ୍ତନ ସହ ଜଗନ୍ନାଥଙ୍କ ଭଜନର ତାଳେ ତାଳେ ଚାଲିଛି ସହର ପରିକ୍ରମା ।

jittmm
Leave A Reply

Your email address will not be published.