csstore

ବିଟାବନ୍ଧ ଗ୍ରାମରେ ଜୟ ଜଗନ୍ନାଥ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ : ବିଟାବନ୍ଧ ଚମ୍ପିୟାନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ବିଟାବନ୍ଧ ସଦର ଗ୍ରାମର ଡଃ ବି ଆର୍ ଆମ୍ବେଦକର ଷ୍ଟାଡିୟମରେ ଏକ ଦିବସୀୟ ଜୟ ଜଗନ୍ନାଥ କ୍ରିକେଟ୍‌ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା । ଆଜି ଫାଇନାଲ ମ୍ୟାଚ୍‌ରେ ପାତଲପଡା ଓ ବିଟାବନ୍ଧ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପାତଲପଡା ଟିମ୍ ୧୨ ଓଭରରେ ୯୮ରନ କରି ସମସ୍ତ ୱିକେଟ୍ ହରାଇଥିଲେ ଜବାବରେ ବିଟାବନ୍ଧ ଟିମ୍ ଶେଷ ଓଭରରେ ମ୍ୟାଚ୍‌କୁ ଜିତି ଚମ୍ପିୟାନ ହୋଇଥିଲା । ଏହି ମ୍ୟାଚ୍‌ର ମୁଖ୍ୟ ଅତିଥିରୂପେ ବଲାଙ୍ଗିର ଜିଲ୍ଲା ଏସ୍‌ଡିସି ସେଲ ଉପାଧ୍ୟକ୍ଷା ନିରୁପମା ମାଝୀ, ସମ୍ମାନିତ ଅତିଥି ପିଙ୍କି ଖର୍ସେଲ, ବିଟାବନ୍ଧ ସରପଞ୍ଚ କଲ୍ୟାଣୀ ଘିଭେଲା, ସମିତି ସଭ୍ୟା ଜ୍ୟୋସ୍ନା ରଣା, ପୂର୍ବତନ ସରପଂଚ ଅଗସ୍ତି ବାଗ, ଅଭିଳାଷ ବଘାର, ମାୟାଧର ପୋଡ, ଯୁବରାଜ ସାହୁ, ସନ୍ତୋଷ, ଏଲାଉଁସର୍ ଖଣ୍ଡେସ୍ୱର ଘିଭେଲା, ଗୌରାଙ୍ଗ, ଡିଙ୍ଗର ତାଣ୍ଡି, ମାଣିକ୍ୟ, ଚନ୍ଦ୍ର, ବିମଳ, ସିଦ୍ଧାନ୍ତ, ସୁଶାନ୍ତ,ଖେଳାଳି ଓ ଖେଳ ପରିଚାଳକ ହିମାଂଶୁ ସୁନା ଓ ଘେନୁ ଘିଭେଲାଙ୍କ ସହ ଆୟୋଜକ ସମସ୍ତ ବିଟାବନ୍ଧ କମିଟି ଓ ଗ୍ରାମବାସୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.