lika

ଆରାଧ୍ୟାର ପଞ୍ଚମ ବାର୍ଷିକୋତ୍ସବ ଆୟୋଜିତ

gbag
  • ମା’ ସଦାସର୍ବଦା ନମସ୍ୟ

ରାଉରକେଲା, (ସସ୍ମିତା ପ୍ରଧାନ) : ଜଗଦାସ୍ଥିତ ଉତ୍କଳ ବିହାର ମହିଳା ସମିତି ‘ଆରାଧ୍ୟା’ ର ପଞ୍ଚମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଆରାଧ୍ୟାର ସଭାପତି ହରପ୍ରିୟା ପଟ୍ଟନାୟକଙ୍କ ସଭାପତିତ୍ୱ, ସମ୍ପାଦିକା ପ୍ରେମଲତା ମହାନ୍ତିଙ୍କ ଆବାହକତ୍ଵ ଓ ସବିତା ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ଏହି ବାର୍ଷିକୋତ୍ସବରେ ମୁଖ୍ୟଅତିଥି ଭାବେ ନିହାର ରାୟ, ସମ୍ମାନିତ ଅତିଥି ଭାବେ ଆନନ୍ଦ ଚନ୍ଦ୍ର ମହାନ୍ତି, ଡିଏସ୍‌ପି ପୁଷ୍ପାଞ୍ଜଳି ନେଙ୍ଗି, ଝିରପାଣି ଥାନା ପ୍ରଭାରୀ ରବିନ୍ଦ୍ର ସାହୁ, ସମାଜସେବୀ ବସୁମତୀ ମହାନ୍ତି, ଏନ୍ଆଇଟିର ପ୍ରାକ୍ତନ ପ୍ରାଧ୍ୟାପକ କେ ସି ବାରିକ, ସମାଜସେବୀ ଶକ୍ତେଶ୍ୱର ପାତ୍ର, ମୁଖ୍ୟବକ୍ତା ଭାବେ ଜଗଦା ସାଂସ୍କୃତିକ ପରିଷଦର ଉପଦେଷ୍ଟା ସଞ୍ଜୀବ ମହାନ୍ତି ଯୋଗ ଦେଇଥିଲେ । ଏହି ଅବସରରେ ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ ନାରୀମାନେ ନିଜର ସୃଜନଶୀଳତା ଓ ସାମାଜିକ ପ୍ରତିବଦ୍ଧତା ତଥା ନିଜର ଦକ୍ଷତାକୁ ପ୍ରମାଣିତ କରି ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ତେଣୁ ପ୍ରତ୍ୟେକ ନାରୀଙ୍କୁ ଶିକ୍ଷିତ କରିବାର ଆବଶ୍ୟକତା ରହିଛି । ସେହିପରି ମା’ କେବେ ତାର ସନ୍ତାନ ସନ୍ତତିଙ୍କ ସେବା ପାଇଁ ଅର୍ଥ ନେଇ ନଥାଏ । ମା’ ସଦାସର୍ବଦା ନମସ୍ୟ । ନାରୀର ଉନ୍ନତିରେ ସମାଜ ବିକାଶରେ ସହାୟକ ହୁଏ । ଏହି ଅବସରରେ ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ସେହିପରି ଅନୁଷ୍ଠାନର ସଦସ୍ୟାମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ରୋଜାଲିନ ରାଉତ, ମୀନତି ମହାନ୍ତି, ମମତା ତ୍ରିପାଠୀ, ସସ୍ମିତା ନାୟକ, ଜୟଶ୍ରୀ ପାଣ୍ଡେ, ଅଲିଅଳ ବିଶ୍ୱାଳ, ବବିତା ସ୍ୱାଇଁ, ତୃପ୍ତିମୟୀ ରାଉତ ପ୍ରମୁଖ ସହଯୋଗ କରିଥିଲେ ।

babaa
Leave A Reply

Your email address will not be published.