ବଲାଙ୍ଗିର, (କେପିଏନ୍ଏସ୍) : ଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପ ଉଦ୍ଘାଟନ ନିମନ୍ତେ ଆଜି ଅର୍ପଣ ରଥ ଶୁଭାରମ୍ଭ ହୋଇଛି । ଏହି ଅବସରରେ ସମଗ୍ର ବଲାଙ୍ଗିର ଜିଲ୍ଲାରେ ପ୍ରକଳ୍ପ ରଥ ଶୁଭାରମ୍ଭ ହୋଇଥିବା ବେଳେ ବଲାଙ୍ଗିର ଜିଲ୍ଲାରେ ମଧ୍ୟ ଏହା ଉଦ୍ଘାଟିତ ହୋଇଯାଇଛି । ବଲାଙ୍ଗିର ସହରରେ ପୌର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଓ ବଲାଙ୍ଗିର ସଦର ବ୍ଲକରେ ଅଧ୍ୟକ୍ଷା ଶ୍ରୀମତୀ ସରିତା ବାଗ ଅର୍ପଣ ରଥକୁ ପୂଜାର୍ଚ୍ଚନା କରିବା ପରେ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ରଥ ସାରା ବଲାଙ୍ଗିର ଜିଲ୍ଲା ପରିକ୍ରମା କରି ଗୁଆ ଚାଉଳ ସଂଗ୍ରହ କରିବ ବୋଲି ସୂଚନା ଦିଆଯାଇଛି । ଆଜି ଅର୍ପଣ ରଥ ପରିକ୍ରମାକୁ ନେଇ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି ।
Prev Post
Next Post