oom

ଲୋଇସିଂହା ବ୍ଲକରେ ଜୟ ଜଗନ୍ନାଥ ଅର୍ପଣ ରଥର ଶୁଭାରମ୍ଭ

jsmm

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକରେ ଜୟ ଜଗନ୍ନାଥ ଅର୍ପଣ ରଥର ଶୁଭାରମ୍ଭ ହୋଇଯାଇଛି । ଏହି ରଥ ଗୁଡ଼ିକ ବ୍ଲକର ସମସ୍ତ ଗ୍ରାମ ପରିକ୍ରମା କରିବା ସହିତ ଶ୍ରଦ୍ଧାଳୁଙ୍କଠାରୁ ଗୁଆ ଓ ଅରୁଆ ଚାଉଳ ସଂଗ୍ରହ କରିବେ । ଏହି ଅବସରରେ ସ୍ଥାନୀୟ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ରଥ ଗୁଡ଼ିକୁ ପୂଜାର୍ଚ୍ଚନା କରାଯାଇଥିଲା । ବିଡ଼ିଓ ଯୁଧିଷ୍ଠିର ମେହେର, ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ, ଏବିଡ଼ିଓ ବିଜୟ କୁମାର ହୋତା, ଆଇଆଇସି ଯାଜ୍ଞସେନୀ ନାୟକ, ପିଏ ରାଜେନ୍ଦ୍ର ବାବୁ, ଜିପିଇଓ କିଶୋର ମାନସିଂହ, ଲୋଇସିଂହା ସରପଞ୍ଚ ନବକିଶୋର ନାଏକ, ହୀରାପୁର ସରପଞ୍ଚ ରମାକାନ୍ତ ବିଶ୍ଵାଳ ପ୍ରମୁଖ ପତାକା ଦେଖାଇ ରଥର ଶୁଭାରମ୍ଭ କରିଥିଲେ । ଆସନ୍ତା ୧୭ ତାରିଖରେ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପରିପ୍ରେକ୍ଷୀରେ ଜଗନ୍ନାଥ ଅର୍ପଣ ରଥ ଗୁଡ଼ିକ ରାଜ୍ୟର ସମସ୍ତ ଗ୍ରାମକୁ ପରିକ୍ରମା କରି ଲୋକଙ୍କ ମଧ୍ୟରେ ଆଧ୍ୟାତ୍ମିକ ତଥା ଧାର୍ମିକ ଭାବନା ଜାଗ୍ରତ କରିବ ବୋଲି ବିଡ଼ିଓ ଶ୍ରୀ ମେହେର ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.