ଗଞ୍ଜାମ ଜିଲ୍ଲାରେ ଅର୍ପଣ ରଥ ତ୍ରୟ ଭ୍ରମଣ ଆରମ୍ଭ ହୋଇଛି

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପ୍ରଥମ ଦିବସରେ ଅର୍ପଣ ରଥ ତ୍ରୟ ନନ୍ଦିକ ଗ୍ରାମ, କଞ୍ଚୁରୁ ଗ୍ରାମ, ଦୟାପଲ୍ଲୀ ଗ୍ରାମ ଓ ଗୋଦରାପଲ୍ଲୀ ଗ୍ରାମରେ ଭ୍ରମଣ କରି ଶ୍ରଦ୍ଧାଳୁଙ୍କଠାରୁ ଭକ୍ତିପୂର୍ଣ୍ଣ ପରିବେଶରେ ସମବେତ ଜନତାଙ୍କ ଉପସ୍ଥିତିରେ ଅର୍ପଣ ସଂଗ୍ରହ କରିଛନ୍ତି । ନନ୍ଦିକ ଗ୍ରାମରେ ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଗଞ୍ଜାମ ଭି. କୀର୍ତି ଭାଷନ ମହୋଦୟ ଶୁଭାରମ୍ଭ କରିଥିଲେ । ପ୍ରଥମେ ନନ୍ଦିକ ଗ୍ରାମ ସ୍ଥିତ ସୁନ୍ଦର ମାଧବ ମନ୍ଦିରରୁ ପ୍ରଭୁଙ୍କର ଆଜ୍ଞାମାଳ ଅଣାଯାଇ ଅର୍ପଣ ରଥ ପରିକ୍ରମା ଶୁଭାରମ୍ଭ କରାଯାଇଥିଲା । ଅର୍ପଣ ରଥ ସହିତ ଉକ୍ତ ଗ୍ରାମର ସଂକୀର୍ତ୍ତନ ମଣ୍ଡଳୀ ଏବଂ ଗ୍ରାମବାସୀ ଗ୍ରାମ ପରିକ୍ରମା କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ କୃଷି ବିପଣନ ସଂସ୍ଥାର ଉପଦେଷ୍ଟା ସୁରେନ୍ଦ୍ର ନାଥ ପ୍ରଧାନ, ୬୮ ନଂ ଜିଲ୍ଲା ପରିଷଦ ଜୋନ ସଭ୍ୟ ଏଳା ସୁଦର୍ଶନ, ସରପଞ୍ଚ କୃଷ୍ଣଚନ୍ଦ୍ର ଭଉଳ, ସମିତି ସଭ୍ୟା ପ୍ରତିନିଧି ସୁନୀଲ ପରିଡା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା, ସିଡ଼ିପିଓ ଗଙ୍ଗୀ ସୁବୁଦ୍ଧି, ପିଇଓ ବିଜୟ ସେଠୀ ପ୍ରମୁଖଙ୍କ ସହ ପଞ୍ଚାୟତର ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.