oom

ନାବାଳିକା ଝିଅଙ୍କ ଅଶ୍ଳୀଳ ଭିଡ଼ିଓ ଭାଇରାଲ କରି ପ୍ରେମିକ ଗିରଫ

jsmm

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ତୁର୍ଲା ଗ୍ରାମରେ ଜଣେ ନାବାଳିକାଙ୍କ ଅଶ୍ଳୀଳ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭଳି ଏକ ଲଜ୍ୟାଜନକ ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁସାରେ ଭାନପୁର ପଞ୍ଚାୟତ ତୁର୍ଲା ଗାଁର ଶଙ୍କର ମେହେରଙ୍କ ପୁତ୍ର ଭରତ ମେହେର(୧୯) ସେହି ଗ୍ରାମର ଜଣେ ନାବାଳିକାଙ୍କ ଅଶ୍ଳୀଳ ଭିଡିଓ ସୋସିଆଲ ମିଡ଼ିଆ ତଥା ଇନଷ୍ଟାଗ୍ରାମରେ ଅପଲୋଡ କରି ଭାଇରାଲ କରିଥିବା ବେଳେ ପୀଡିତା ନାବାଳିକା ଖପ୍ରାଖୋଲ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । ତେବେ ପୂର୍ବରୁ ଦୁହିଁଙ୍କ ଭିତରେ ପ୍ରେମ ସମ୍ପର୍କ ଥିବା ବେଳେ ଏବଂ ପରବର୍ତ୍ତୀ ସମୟରେ ପୀଡିତାଙ୍କ ବାହାଘର ଅନ୍ୟ କାହା ସହ ଠିକ୍‌ ହୋଇଥିବା ବେଳେ ଅଭିଯୁକ୍ତ ଯୁବକ ଜଣକ ନାବାଳିକାଙ୍କ ଆପତ୍ତିଜନକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ କରିବା ସହ ପୀଡିତାଙ୍କ ସହ ବାହା ହେଉଥିବା ବ୍ୟକ୍ତିଙ୍କୁ ଭିଡ଼ିଓ ପଠାଇଥିବା ବିଷୟରେ ତଦନ୍ତରୁ ଜଣାପଡିଛି । ଏନେଇ ଖପ୍ରାଖୋଲ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ଥାନାକୁ ଆଣି ଅଧିକ ପଚରାଉଚରା କରୁଥିବା ସୂଚନା ମିଳିଛି । ଏନେଇ ଖପ୍ରାଖୋଲ ଥାନା କେସ ନଂ ୧/୨୦୨୪ରେ ଭାରତୀୟ ପେନାଲ କୋର୍ଡର ଧାରା ୨୯୪/୩୫୪/ ଆଇଟି ଆକ୍ଟ/୧୨ ପୋସ୍କୋ ଆଇନ ଅନୁଯାୟୀ ମାମଲା ଋଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଖପ୍ରାଖୋଲ ଥାନାଧିକାରୀ ରମାକାନ୍ତ ସାହୁ ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.