ଆଇପିଏସ୍‌ ଅରୁଣ ଷଡ଼ଙ୍ଗୀଙ୍କୁ ପୋଲିସ ମହାନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର : ପୋଲିସ ଡିଜି ସୁନୀଲ ବଂଶଲଙ୍କ କାର୍ଯ୍ୟକାଳ ଡିସେମ୍ୱର ୩୧ରେ ଶେଷ ହେବ । ଗତକାଲି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳକୁ ରାଜ୍ୟ ସରକାର ଆଉ ଛଅମାସ ବଢ଼ାଇବା ପରେ ନୂଆ ଡିଜିପି କିଏ ହେବେ ସେ ନେଇ ଚର୍ଚ୍ଚା ଅଧିକ ରହିଛି । ଏହାରି ଭିତରେ ଶନିବାର ରାଜ୍ୟ ସରକାର ୧୯୯୦ ବ୍ୟାଚ୍‌ର ଆଇପିଏସ୍ ଅଫିସର ଅରୁଣ ଷଡ଼ଙ୍ଗୀଙ୍କୁ ଡିଜି ଦାୟିତ୍ୱ ଦେଇଛନ୍ତି । ଗୃହ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ବର୍ତ୍ତମାନ ସମୟରେ ଆଇପିଏସ୍ ଅରୁଣ ଷଡଙ୍ଗୀ ବିପିଏସ୍‌ପିଏ ନିର୍ଦ୍ଦେଶକ ଅଛନ୍ତି । ୧୯୦୦ ମସିହାରେ ଆଇପିଏସ୍‌ ପାଇବା ପରେ ତାଳଚେରରେ ଏସ୍‌ଡିପିଠ ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ । ଏହା ପରେ ରାୟଗଡ଼ା ଏସ୍‌ପି ଭାବରେ ପୋଷ୍ଟିଂ ମିଳିଥିଲା । ଏହାପରେ ବ୍ରହ୍ମପୁର, ଜଗତସିଂହପୁର, ଭୁବନେଶ୍ୱର ଓ ରାଉରକେଲାରେ ଏସ୍‌ପି ଭାବେ ସେବା ପ୍ରଦାନ କରିଥିଲେ ।

Leave A Reply

Your email address will not be published.