csstore

ଭବାନୀପାଟଣା ଆକାଶବାଣୀ କେନ୍ଦ୍ରର ୩୦ତମ ପ୍ରସ୍ତାପନ ଦିବସ ପାଳନ

କଳାହାଣ୍ଡି, (ପି.କେ ସାହୁ) : ଭବାନୀପାଟଣା ଆକାଶବାଣୀ କେନ୍ଦ୍ରର ୩୦ତମ ପ୍ରସ୍ଥାପନ ଦିବସ ଆଜି ପାଳନ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ କଳାହାଣ୍ଡି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା ଯୋଗଦେଇ ଆଗାମୀ ଦିନରେ ଆକାଶବାଣୀକୁ ଆହୁରି ଲୋକାଭିମୁଖୀ କରିବା ପାଇଁ ସାମୁହିକ ଉଦ୍ୟମ ଆବଶ୍ୟକତା ସମ୍ପର୍କରେ ସୂଚନା ଦେଇଥିଲେ । ଅନ୍ୟ ଅତିଥି ମଧ୍ୟରେ ମଂଚାସୀନ ଥିଲେ କେନ୍ଦ୍ରର ଭାରପ୍ରାପ୍ତ କାର୍ଯ୍ୟକ୍ରମ ମୁଖ୍ୟ ସଚ୍ଚିଦାନନ୍ଦ ମଲ୍ଲିକ, ଉପ ନିର୍ଦେଶକ ଅଭିଯାନ୍ତ୍ରିକ ଭୁବନେନ୍ଦ୍ରଣ ଭି.ପି, ଦୂରଦର୍ଶନ କେନ୍ଦ୍ର ମୁଖ୍ୟ ଅଶୋକ କୁମାର ରାଉତ, ମଞ୍ଚ ସଂଯୋଜନା କରିଥିଲେ ପାଠାଗାର ନିରୀକ୍ଷକ ଦିଲ୍ଲୀପ କୁମାର ପାତ୍ର । ସମସ୍ତ ସାମୟିକ ଉଦଘୋଶକ, ଉଦଘାସିକା, ଉପସ୍ଥାପକ, ଉପସ୍ଥାପିକା ଯୋଗଦେଇ ଥିଲେ । ସମସ୍ତେ ଆଗକୁ ଆହୁରି ସରସ ସୁନ୍ଦର କାର୍ଯ୍ୟକ୍ରମ ପ୍ରସାରଣରେ ବ୍ରତୀ ରହିବା ସହ ଜିଲ୍ଲାର ଶିକ୍ଷା, ସଂସ୍କୃତି, କଳା, ଲୋକ ବାଦ୍ୟ, ଲୋକ ନାଟକ, ସଙ୍ଗୀତ, ଯୁବ ବିକାଶ, ମହିଳା ସଶକ୍ତିକରଣ, କୃଷି, ସାକ୍ଷାତକାର, ଜୀବନଧାରା, ସମ୍ବାଦ, ଦର୍ଶନ ଏଭଳି ବିଭିନ୍ନ କାର୍ଯ୍ୟକ୍ରମ ଦ୍ଵାରା ଶ୍ରୋତାଙ୍କୁ ଶିକ୍ଷଣୀୟ ଓ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ଯୋଗାଇଦେବେ ବୋଲି ସଂକଳ୍ପବଦ୍ଧ ହୋଇଥିଲେ ।

jayashree
Leave A Reply

Your email address will not be published.