ଅଟଳ କପ୍‌ -୨୦୨୩

  • ପ୍ରୋଗ୍ରେସିଭ୍‌ କ୍ଲବ ବଲାଙ୍ଗିରକୁ ହରାଇ ରଏ ସ୍ପୋର୍ଟସ ବଲାଙ୍ଗିର ଚାମ୍ପିୟନ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଟାଉନ ହାଇସ୍କୁଲ ଖେଳ ପଡିଆଠାରେ ଭାରତ ରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ପବିତ୍ର ଜନ୍ନଦିନରେ ପ୍ରଥମ ବାର୍ଷିକ ଏକ ଦିବସୀୟ ଅଟଳ କପ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟ ପ୍ରୋଗ୍ରେସିଭ୍‌ କ୍ଲବ ବଲାଙ୍ଗିର ପକ୍ଷରୁ ଅୟୋଜିତ କରାଯାଇଥିଲା । ଏଥିରେ ସର୍ବମୋଟ ୮ଟି ଦଳ ଭାଗ ନେଇଥିଲେ । ଫାଇନାଲ ଖେଳରେ ରଏ ସ୍ପୋର୍ଟସ୍‌ ବଲାଙ୍ଗିର ଦଳ ୧-୦ ଗୋଲରେ ପ୍ରୋଗ୍ରେସିଭ୍‌ କ୍ଲବ ବଲାଙ୍ଗିର ଦଳକୁ ପରାସ୍ତ କରି ବିଜୟୀ ହୋଇଥିଲା । ଆଜିର ଖେଳରେ ଅତିଥି ଭାବେ ବ୍ୟବସାୟୀ ଅଶୋକ ରଥ, ବିଜେପି ନେତା ଅନନ୍ତ ଦାସ, ଶଶି ଭୂଷଣ ପରୋହିତ, ଅରୁଣ ମିଶ୍ର, ଡା.ସିଦ୍ଧେଶ୍ଵର ମିଶ୍ର, ଶରତ କୁମାର ନନ୍ଦ, ସାମ୍ବାଦିକ ରୁତୁରାଜ ସିଂହ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହ ବିଜେତା ଏବଂ ଉପବିଜେତା ଦଳକୁ ଟ୍ରଫି ଏବଂ ନଗଦ ପୁରସ୍କାର ରାଶି ପ୍ରଦାନ କରିଥିଲେ । ଖେଳକୁ ସୁଧାଂଶୁ ସେଠ, ସଂଜୀବ ମହାରଣା, ପ୍ରଫୁଲ୍ଲ ବଗର୍ତୀ, ସନ୍ଦୀପ ତରିଆ ଓ ପୁରୁଷୋତମ ବୁଡେକ ପରିଚାଳନା କରିଥିବା ବେଳେ ଅନୀଲ ପାଣିଗ୍ରାହୀ, ସରୋଜ ଗୁରୁ, ଖେଡୁ ଜୁଏଡ, ପ୍ରଦୀପ ଜାଲ, ପପୁନ ମିଶ୍ର, ଭବାନୀ ମହାନନ୍ଦ, ମଧୁ ବିଶ୍ୱାଳ, ନରେନ୍ଦ୍ର ଜାଲଙ୍କ ସମେତ କ୍ଲବର ସମସ୍ତ କର୍ମକର୍ତା ଓ ସଦସ୍ୟ ସହଯୋଗ କରିଥିଲେ ।

Leave A Reply

Your email address will not be published.