ବିଶିଷ୍ଟ ଶ୍ରମିକ ନେତା ବୈଦ୍ୟନାଥ ଦାସଙ୍କର ୭୧ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ବନ୍ଧୁ ମିଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଶିଷ୍ଟ ଶ୍ରମିକ ନେତା ତଥା ସମାଜସେବୀ ବୈଦ୍ୟନାଥ ଦାସଙ୍କର ୭୧ତମ ଜନ୍ମଦିନ ଅବସରରେ ତାଙ୍କୁ ଭଲ ପାଉଥିବା ଏବଂ ତାଙ୍କର ଶୁଭାକାଂକ୍ଷୀ ତାଙ୍କ ବାସଭବନରେ ଓ କାର୍ଯ୍ୟାଳୟରେ ଶୁଭେଚ୍ଛା ଜଣାଇଥିଲେ । ପରବର୍ତ୍ତୀ ସମୟରେ ସିଅର କାର୍ଯ୍ୟାଳୟଠାରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ଅବସରରେ ବିଭିନ୍ନ ଶ୍ରମ ସଂଗଠନ, ସାମାଜିକ ଅନୁଷ୍ଠାନ, ସାଂସ୍କୃତିକ ଅନୁଷ୍ଠାନ, ଗଣ-ସଂଗଠନମାନ ଯଥା ରାଉରକେଲା ମଜଦୁର ସଭା, ସିଅର, ରାଉରକେଲା ଠିକା ଶ୍ରମିକ ସଭା, ସୁନ୍ଦରଗଡ଼ ଜିଲ୍ଲା ଶିଳ୍ପାଞ୍ଚଳ ଶ୍ରମିକ ସଭା, ଇଣ୍ଡିଆନ ଡେଟୋନେଟର ମଜଦୁର ସଭା, ଓଡ଼ିଶା ମେଡିକାଲ କର୍ମଚାରୀ ସଂଘ, ଜଗଦା ସାଂସ୍କୃତିକ ପରିଷଦ, ଉତ୍କଳ ନବଜୀବନ ମଣ୍ଡଳ (ଜଗଦା), ଶିରିଡ଼ି ସାଇ ଟ୍ରଷ୍ଟ (ସେକ୍ଟର -୮), ରାଧାକୃଷ୍ଣ ମନ୍ଦିର ସମିତି (ସେକ୍ଟର -୧୬), ଆଶା ସାଥି ସାମୁଖ୍ୟ, ଅଙ୍ଗନୱାଡ଼ି କର୍ମଚାରୀ ସହାୟକ ସାମୁଖ୍ୟ, ମଧ୍ୟାହ୍ନ ଭୋଜନ ପାଚକ ପାଚିକା ମହାସଂଘ, ସୁନ୍ଦରଗଡ଼ ଅଟୋ ଓର୍କର୍ସ ଆସୋସିଏସନ୍, ଜନଶକ୍ତି ନିର୍ମାଣ ଶ୍ରମିକ ସଭା, ଜନତା ମଜଦୁର ସଂଘ, ବିଶ୍ରାମୁଣ୍ଡା ଶ୍ରମ ମଙ୍ଗଳ ସଂଗଠନ, ଜନଶକ୍ତି ଲେବର କୋପରେଟିଭ ସୋସାଇଟି, ନାରାୟଣୀ ଶ୍ରମିକ ସଂଘ, ଶ୍ରମ ଶକ୍ତି ଶ୍ରମିକ ସଂଗଠନ, ଶ୍ରମ ଶକ୍ତି ଯୁବା ଶ୍ରମିକ ସଂଗଠନମାନଙ୍କର ନେତା, ନେତ୍ରୀ ଓ କର୍ମକର୍ତ୍ତା ଏହି ଅବସରରେ ଉପସ୍ଥିତ ରହି ବୈଦ୍ୟନାଥ ଦାସଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ ଓ ଶୁଭେଚ୍ଛା ଜଣାଇଥିଲେ । ଏହି ସଭାରେ ବିଶିଷ୍ଟ ଶ୍ରମିକ ନେତା, ଆଇନଜୀବୀ ନାରାୟଣ ପ୍ରସାଦ ଦାସ ଅଧ୍ୟକ୍ଷତା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ହରିହର ରାଉତରାୟ, ଶଶଧର ନାୟକ, ଅକ୍ଷୟ କୁମାର ନାୟକ, ପ୍ରଭାକର ଚମ୍ପତିରାୟ, ପ୍ରମୋଦ କୁମାର ଦାସ, ସଂଜୀବ ମହାନ୍ତି, ହେମନ୍ତ ବେହୁରିଆ ମଞ୍ଚାସିନ ଥିଲେ । ପ୍ରଥମେ ସଂଜୀବ ମହାନ୍ତି ସ୍ୱାଗତ ଭାଷଣ ଦେଇଥିଲେ । ଶ୍ରୀ ବେହୁରିଆ ମଞ୍ଚ ପରିଚାଳନା କରିଥିଲେ । ଶ୍ରୀ ଦାସ ତାଙ୍କର ଜନ୍ମ ଦିନ ଅବସରରେ ସମସ୍ତ ବନ୍ଧୁମାନଙ୍କୁ ଭୂୟସି ପ୍ରଶଂସା କରିବା ସହିତ ତାଙ୍କୁ ଏହି ପରି ଭାବରେ ସବୁ ସମୟରେ ଆର୍ଶୀବାଦ କରିବା ସହ ସହଯୋଗର ହାତ ବଢ଼ାଇବା ପାଇଁ ଅନୁରୋଧ କରିଥିଲେ ଏବଂ କହିଥିଲେ ଯେ ସେ ଯେ ପର୍ଯ୍ୟନ୍ତ ସୁସ୍ଥ ସବଳ ଥିବେ ସମାଜର ମଙ୍ଗଳ ପାଇଁ ଦୀନ, ଦୁଃଖୀ, ଦରିଦ୍ର, ଗରିବମାନଙ୍କ ପାଇଁ ପାରୁପର୍ଯ୍ୟନ୍ତ କାର୍ଯ୍ୟ କରିବେ । ସେମାନଙ୍କ ସୁଖଦୁଃଖରେ ସାମିଲ ହୋଇ ସବୁ ପ୍ରକାର ସାହାଯ୍ୟ ସହଯୋଗ କରିବେ । ମୁଖ୍ୟ ଅତିଥି ତଥା ସଭାପତି ନାରାୟଣ ପ୍ରସାଦ ଦାସ କହିଥିଲେ ବୈଦ୍ୟନାଥ ବାବୁ ଏକ ନିଷ୍ଠାବାନ ବ୍ୟକ୍ତି ହିସାବରେ ଶ୍ରମିକ ଖଟିଖିଆ ମେହନତି ଜନଗଣଙ୍କ ପାଇଁ ତାଙ୍କ କାର୍ଯ୍ୟ ନିରନ୍ତର ଚାଲୁ ରଖିଥିବାରୁ ସେଥିପାଇଁ ସେ ସମସ୍ତଙ୍କ ପାଖରେ ଆଦୃତ ହୋଇଛନ୍ତି ଏବଂ ରାଉରକେଲାର ଶ୍ରମ ସଂଗଠନ, ସାମାଜିକ ଅନୁଷ୍ଠାନ, ଗଣ-ସଂଗଠନରେ ନିଜର କାର୍ଯ୍ୟ ଦକ୍ଷତା ପାଇଁ ସମସ୍ତେ ତାଙ୍କୁ ଅନ୍ତରରୁ ଭଲ ପାଉଛନ୍ତି । ଆଗାମୀ ଦିନରେ ଭଗବାନ ତାଙ୍କୁ ଆହୁରି ଶକ୍ତି ଦିଅନ୍ତୁ ଯେପରି ସେ ସମାଜର କଲ୍ୟାଣ ପାଇଁ ଆହୁରି ଦୃଢ଼ତାର ସହ କାମ କରିପାରିବେ । ଅନ୍ୟସମସ୍ତ ସମ୍ମାନିତ ଅତିଥିମାନେ ଏହି ଅବସରରେ ଶ୍ରୀ ଦାସଙ୍କର ଦୀର୍ଘ ଜୀବନ କାମନା କରି ଜଗତର ନାଥ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କଲେ କି ସୁସ୍ଥ ସବଳ ରହିବା ସହ ଦୃଢମନା ହୋଇ ସମାଜର ଜନ କଲ୍ୟାଣ ପାଇଁ କାର୍ଯ୍ୟ କରନ୍ତୁ ଏବଂ ଯେଉଁମାନଙ୍କ ପାଖରେ ସରକାରୀ ସୁଖ ସୁବିଧା ପହଞ୍ଚି ପାରୁନାହିଁ ଅବା ଜାଣି ପାରୁ ନାହାଁନ୍ତି ସେଥିରୁ ବଞ୍ଚିତ ହେଉଛନ୍ତି ସେମାନଙ୍କୁ ଏ ସମସ୍ତ ସୁବିଧା କିପରି ପାଇ ପାରିବେ ସେଥିପ୍ରତି ଧ୍ୟାନ ଦେଇ ସମସ୍ତେ ଉପକୃତ କରାଇବାରେ ସହାୟକ ହେବେ । ଆବଶ୍ୟକ ପଡିଲେ ଯଦି ଆପଣଙ୍କର ଆମ୍ଭମାନଙ୍କର ସାହାଯ୍ୟ ସହଯୋଗ ଦରକାର ଆମେମାନେ ସମସ୍ତେ ଆପଣଙ୍କୁ ସହଯୋଗର ହାତ ବଢାଇବୁ ବୋଲି କହିଥିଲେ । ଏହି ସଭାରେ ସିଦ୍ଧେଶ୍ଵର ବଳ, ଖଗେନ୍ଦ୍ର ବେହେରା, ଦିଲ୍ଲୀପ କୁମାର ଜେନା, ସତ୍ୟାନନ୍ଦ ବେହେରା, ଦିଗାମ୍ବର ମହାନ୍ତି, ବାବୁଲା ଦାସ, ଇନ୍ଦିରା ନାୟକ, ଗୀତା ମଲ୍ଲିକ, ଜୟନ୍ତୀ ଦାସ, ସନ୍ତୋଷ ସୋରେନ, ଶିଭେନ୍ଦୁ ଦାସ, ଝରଣା ମହାରଣା, ସଂଧ୍ୟା ରାଣୀ ସ୍ୱାଇଁ, ମନୋରମା ନନ୍ଦୀ, ପ୍ରକାଶ ସାବତ, ସରୋଜ ପରିଡ଼ା, ସ୍ମୃତି ଚୌଧୁରୀ, ସୋମନାଥ ସ୍ୱାଇଁ, ସରୋଜ ରାଉଳ, ରମେଶ ଚନ୍ଦ୍ର ମହାନ୍ତି, ପ୍ରକାଶ ନାୟକ, ଅଜୟ କୁମାର ଦାସ, ଗୌରୀ ମୁଣ୍ଡାରୀ, ଗଗନ ବିହାରୀ ସାହୁ, ପ୍ରକାଶ ମାଝୀ, ସୁକାନ୍ତ ସ୍ୱାଇଁ, ଭାଗ୍ୟଲତା ଜେନା, ପ୍ରଭାତ ମହାନ୍ତି, ପିତାମ୍ବର ନାଏକ, ଲକ୍ଷ୍ମୀଧର ନାୟକ, ଲିଜା ମହାରଣା, ଜଗନ୍ନାଥ ସାହୁ ଉପସ୍ଥିତ ରହି ଶୁଭେଚ୍ଛା ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଇଶ୍ଵର ଭଂଜ, ବିଶ୍ଵଜିତ ସ୍ୱାଇଁ, ଲିପି ଘୋଷ, କାଳନ୍ଦୀ ସୁତାର, ରବିନାରାୟଣ ମଲ୍ଲିକ, ମୋନାଲିସା ଲେଙ୍କା, ସୂର୍ଯ୍ୟ ନାୟକ, ଅଞ୍ଜଳୀ ସାହୁ, ମୁକ୍ତା ଛତ୍ରିଆ, ବାବୁଲି ମହାରଣା, ପରବିନ ବେଗମ, ଟୁନୀ ନାୟକ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ପ୍ରମୋଦ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.