ନିଶାସକ୍ତ ଅବସ୍ଥାରେ ବାଇକ୍‌ ଚଳାଇବା ବେଳେ ଗଛରେ ପିଟି ହୋଇ ଯୁବକ ଆହତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିଶାସକ୍ତ ଅବସ୍ଥାରେ ବାଇକ୍‌ ଚଳାଇବା ବେଳେ ଗଛରେ ପିଟି ହୋଇ ଜଣେ ଯୁବକ ଆହତ ହୋଇ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍‌ପିଟାଲ୍‌ର ସର୍ଜରୀ ବିଭାଗରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ପୁଇଁତଲା ଥାନା ଅନ୍ତର୍ଗତ ଛତାପିପଲ ଗ୍ରାମର ଧୀରଜ ଅମାତ(୩୫) ବାଇକ୍‌ରେ ଗାଁରୁ କର୍‌ନାପାଲି ଛକକୁ ଯାଇ ଫେରୁଥିବା ସମୟରେ ରାସ୍ତାକଡ଼ର ଗଛରେ ପିଟି ହୋଇ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନା ଅଣାଯାଇଥିବା ସୂଚନା ରହିଛି ।

Leave A Reply

Your email address will not be published.

error: Content is protected !!