ବିଲରୁ ମିଳିଲା ତିନି ଦିନରୁ ନିଖୋଜ ମହିଳାଙ୍କ ମୃତଦେହ

ସାନଖେମୁଣ୍ଡି : ବିଲରୁ ମହିଳାଙ୍କ ମୃତଦେହ ଉଦ୍ଧାର । ନିଖୋଜର ତିନି ଦିନ ପରେ ମିଳିଲା ପ୍ରମୋଦିନି ନାୟକଙ୍କ ମୃତଦେହ । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ପାଟପୁର ଥାନା ଟି-ଗୋବିନ୍ଦପୁର ପଞ୍ଚାୟତ ନୂଆଗାଁ ଗ୍ରାମ ନିକଟରୁ ମିଳିଛି ମୃତଦେହ । ସୂଚନା ଅନୁଯାୟୀ, ତିନି ଦିନ ତଳେ ନୂଆଗାଁ ଗ୍ରାମର ପ୍ରମୋଦିନି ନାୟକ ନିଖୋଜ ଥିଲେ । ବହୁ ଖୋଜାଖୋଜି ପରେ ବି ତାଙ୍କର କୌଣସି ଖବର ମିଳିନଥିଲା । ଶେଷରେ ଆଜି ସକାଳୁ ସାନଖେମୁଣ୍ଡି–ପାଟପୁର ଥାନା ନୂଆଗାଁ ଗ୍ରାମ ନିକଟ ଏକ ବିଲରୁ ପ୍ରମୋଦିନିଙ୍କ ମୃତଦେହ ମିଳିଛି । ତେବେ ପ୍ରମୋଦିନିଙ୍କର ମୃତ୍ୟୁ କିପରି ହେଲା । ସେନେଇ ତଦନ୍ତ ଜାରି ରହିଛି । ପୋଲିସର ତଦନ୍ତ ପରେ ମୃତ୍ୟୁର ସଠିକ୍‌ କାରଣ ଜଣାପଡିବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.