csstore

ବଲାଙ୍ଗିର ଜିଲ୍ଲା କ୍ରୀଡ଼ା ସଂସଦ ପକ୍ଷରୁ ଆନୁଏଲ୍‌ ଆଥେଲେଟିକ୍‌ ମିଟ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଗାନ୍ଧୀ ଷ୍ଟାଡ଼ିଅମ୍‌ରେ ଆଜି ବଲାଙ୍ଗିର ଜିଲ୍ଲା କ୍ରୀଡ଼ା ସଂସଦ ପକ୍ଷରୁ ଆନୁଏଲ୍‌ ଆଥେଲେଟିକ୍‌ ମିଟ୍‌ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କ୍ରୀଡ଼ା ସଂସଦର ପତାକା ଉତ୍ତୋଳନ ପରେ ଆୟୋଜିତ ଉଦ୍‌ଘାଟନ ସଭାରେ ସଂସଦର କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ର ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଯୋଗଦାନ କରିଥିଲେ । ସାଧାରଣ ସଂପାଦକ ହରିନାରାୟଣ ପୂଜାରୀ ମଂଚାସୀନ ରହି ସଂପାଦକୀୟ ସୂଚନା ପ୍ରଦାନ କରିଥିଲେ । ଉପସଭାପତି କୃଷ୍ଣଚନ୍ଦ୍ର ମିଶ୍ରଙ୍କ ସହ ବରିଷ୍ଠ ସଦସ୍ୟ ପ୍ରହ୍ଲାଦ ଶତପଥୀ, ଶତ୍ରୁଘ୍ନ ସିଂହ, ବିଭୂତି ପଣ୍ଡା ପ୍ରମୁଖ ମଂଚାସୀନ ଥିବା ବେଳେ ବରିଷ୍ଠ ସଦସ୍ୟ ପଦ୍ମଚରଣ ଆଚାର୍ଯ୍ୟ ସଭା ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ବଲାଙ୍ଗିର ଜିଲ୍ଲା କ୍ରୀଡ଼ା ସଂସଦ ପକ୍ଷରୁ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଓଡ଼ିଶା ସରକାରଙ୍କ ‘ଯୁବ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନା ଜରିଆରେ ରାଜ୍ୟରେ କ୍ରୀଡ଼ା ଉତ୍ସବ ଚାଲିଥିବା କହିଥିଲେ ।

jayashree
Leave A Reply

Your email address will not be published.