csstore

କ୍ଲଷ୍ଟରସ୍ତରୀୟ ସିଆର୍ରିଂ ମିଟିଙ୍ଗ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ହିଆଲ କ୍ଲଷ୍ଟରର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମାଲପାମୁଣ୍ଡାଠାରେ ଷଷ୍ଠ ମାସିକ କ୍ଲଷ୍ଟରସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କର୍ଯ୍ୟକ୍ରମରେ ହିଆଲ କ୍ଲଷ୍ଟରର ସିଆର୍‌ସିସି ଅମରେନ୍ଦ୍ର ବାଗ ସମସ୍ତ ଶିକ୍ଷକଙ୍କୁ ଏଫ୍‌ଏଲ୍‌ଏନ୍‌ ଏବଂ ରାଜ୍ୟସ୍ତରୀୟ ଶିକ୍ଷାମୂଲ୍ୟ ନିର୍ଦ୍ଧାରଣ ସର୍ବେକ୍ଷଣ ଓ ଧନ୍ଦାମୂଳକ ଶିକ୍ଷା ବିଷୟରେ ବୁଝାଇ ଥିଲେ । ଏହି ବୈଠକରେ ଡାଏଟ୍‌ ବଲାଙ୍ଗିର ର ପ୍ରିନ୍ସସିପାଲ ଜ୍ଞାନେନ୍ଦ୍ର ମଲ୍ଲିକ, ଅଧ୍ୟାପକ ଗଣେଶ ଜେନା, ପ୍ରଶାନ୍ତ ନିଖଣ୍ଡିଆ, ଅବସରପ୍ରାପ୍ତ ଶିକ୍ଷକ ପ୍ରଶ୍ନ ପଣ୍ଡା, ଅବସରପ୍ରାପ୍ତ ବିଇଓ ଉଦ୍ଧବ ନାୟକ ଓ ହିଆଲ କ୍ଲଷ୍ଟର ସମସ୍ତ ପ୍ରଧାନ ଶିକ୍ଷକ ଓ ଏଫ୍‌ଏଲ୍‌ଏନ୍‌ ଶିକ୍ଷକ ବିଭୁଦୁତ୍ତ ସାହୁ, ବିଜୟ ତାଣ୍ଡି, ମିନାକ୍ଷୀ ପାଣ୍ଡେ, ବିବେକାନନ୍ଦ ରାଏ, ଅମରକାନ୍ତ ବେହେରା, ସୌରଭ ବେହେରା, ଶମ୍ଭୁ ବିଶି, ସତ୍ୟନାରାୟଣ ଧରୁଆ, ଶାରଦା ଠାକୁର, ପିଷ୍ପାଅଞ୍ଜଳି ହୋତା, ଭି. କ୍ରିଷ୍ଣା, ନଳିନୀ ସାହୁ, ସୁଶାନ୍ତ ମାଝୀ, କୃଷ୍ଣଚନ୍ଦ୍ର ପଣ୍ଡା, ମମତା ଯୋଶୀ, ଚୁଡାମଣି ବେହେରା, ସଚିନ ସେଠ, ରେଣୁକା ମହାନନ୍ଦ, ଲଳିତ ବିଶି ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.