ଆଇଆର୍‌ଇଏଲ୍ ପକ୍ଷରୁ ଭ୍ରାମ୍ୟମାଣ ମାଗଣା ସ୍ୱାସ୍ଥ୍ୟ ସେବାଶିବିର ଆୟୋଜିତ

ବ୍ରହ୍ମପୁର, (କେ ସତ୍ୟନାରାୟଣ ରେଡ୍ଡୀ) : ଆଇଆର୍‌ଏଏଲ୍ (ଇଣ୍ଡିଆ) ଗୋଷ୍ଠୀଗତ ସାମାଜିକ ଦାୟିତ୍ୱ ଆନୁକୂଲ୍ୟରେ ଭ୍ରାମ୍ୟମାଣ ମାଗଣା ସ୍ୱାସ୍ଥ୍ୟ ସେବାଶିବିର ଆୟୋଜିତ ହୋଇଯାଇଛି । ଗତ ଶନିବାର ପୋଡାପଦର ଗ୍ରାମପଞ୍ଚାୟତ ଅଧୀନସ୍ଥ କୁମାରବେଗପଲ୍ଲୀ ଗ୍ରାମରେ ଆୟୋଜିତ ଏହି ସ୍ୱାସ୍ଥ୍ୟ ସେବାଶିବିରରେ ପ୍ରାୟତଃ ଦୁଇଶହ ରୋଗୀଙ୍କୁ ବହିଃ-ଚିକିତ୍ସା ସେବା କରାଯାଇ ଉନ୍ନତମାନର ଔଷଧୀୟ ଉପକରଣ ମାଗଣାରେ ପ୍ରଦାନ କରାଯାଇଛି । ଯାହାକି ସାଧାରଣରେ ବଜାର ଦୋକାନରେ ଉପଲବ୍ଧ ଥିବା ଏଲୋପଥିକ ଡାକ୍ତରୀ ଔଷଧ ଯଥା ଟନିକ, ସିରଫ, କ୍ୟାପ୍ସୁଲ, ବଟିକା ଆଦି ଡାକ୍ତରୀ ପରାମର୍ଶ କ୍ରମେ ମାଗଣାରେ ଔଷଧ ବିତରଣ କରାଯାଇ ଆସୁଅଛି । ଏନେଇ କୁମାରବେଗପଲ୍ଲୀ ଗ୍ରାମର ଗରିବ ଲୋକ ଖୁସିବ୍ୟକ୍ତ କରିଛନ୍ତି । ଡାକ୍ତର ଏ.ପାଲ, ଡାକ୍ତର ଶ୍ରୀମତୀ ବି.ଶୁଭା, ଫାର୍ମାସିଷ୍ଟ ହୃଷିକେଶ ଆଚାର୍ଯ୍ୟ, ସହକାରୀ ଔଷଧୀୟ ପରାମର୍ଶକ ରଜନୀ ପାତ୍ର ପ୍ରମୁଖ ଯୋଗଦେଇ ସ୍ୱାସ୍ଥ୍ୟସେବାରେ ସକ୍ରୀୟ ଅଂଶଗ୍ରହଣ କରିଥିଲେ । ଆଇଆର୍‌ଇଏଲ୍ (ଇଣ୍ଡିଆ) ଗୋଷ୍ଠୀଗତ ସାମାଜିକ ଦାୟିତ୍ୱ ପକ୍ଷରୁ ଡିଜିଏମ୍‌ ରିସୋର୍ସ ତଥା ସିଏସ୍ଆର ନରେନ୍ଦ୍ର କୁମାର ନାୟକ,ସିଏସ୍ଆର୍‌ ଦୀପକ ମିଶ୍ର ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ପରିଦର୍ଶନ କରି ଆଶୁ ସଫଳତା ଦିଗରେ ଯଥେଷ୍ଟ ଧ୍ୟାନ ଦେଇଥିଲେ ।

Leave A Reply

Your email address will not be published.