ମନୋଜ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ଖପ୍ରାଖୋଲ, (ପୁସ୍ତମ୍ ଯୁଆଡି) : ସ୍ଥାନୀୟ ବେନ୍ଦେର ହାଇ ସ୍କୁଲ୍‌ ପଡ଼ିଆରେ ଚତୁର୍ଥ ବର୍ଷ ମନୋଜ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ସର୍ବମୋଟ ଆଠଟି ଦଳ ଯୋଗଦାନ କରିଥିଲେ । ଫାଇନାଲ ମୁକାବିଲା ବେନ୍ଦେର ଓ ପଣ୍ଡକିମାଲ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଓ ଏଥିରେ ବେନ୍ଦେର ଦଳ ଚମ୍ପିଆନ ହୋଇଥିବା ବେଳେ ପଣ୍ଡକିମାଲ ଦଳ ରନର୍ସରେ ସନ୍ତୁଷ୍ଟ ରହିଥିଲା । ବାବୁଲାଲ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳୀ ବିବେଚିତ ହୋଇଥିଲେ । ଉଭୟ ଦଳକୁ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ତେଜୁ ମାଝୀ ଏବଂ ଅନ୍ୟତମ ଅତିଥି ବିମଳ ପଧାନ ପୁରସ୍କାର ପ୍ରଦାନ କରିଥିଲେ । ସୁଶାନ୍ତ ଏବଂ ଭିକ ଅମ୍ପାୟାରିଂ ଦାୟିତ୍ୱ ତୁଲାଇ ଥିବା ବେଳେ ଅକ୍ଷୟ ବାଗ ଏବଂ ଅଶ୍ୱିନୀ ସାହୁ ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ । ସୁଜ୍ଞାନୀ, ଜୟ, ସ୍ୱାଗତ, ଅରୁଣ ପଧାନ, ଅରୁଣ ଶବର, ବିଶ୍ୱନାଥ, ଲକି, ଥବିର, ପିଙ୍କୁ, ସୁରେଶ, ସୁମନ୍ତ, କାହ୍ନା, ଗୁଣ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.