ସଦାଇପାଲି ପଂଚାୟତର ବିଭିନ୍ନ ଗ୍ରାମର ସମସ୍ୟା ଶୁଣିଲେ ନରସିଂହ

  • ବିଜୁଳି, ରାସ୍ତା ଓ ଭୂମିହୀନ ଆଦିବାସୀଙ୍କୁ ଘରଡିହ ଯୋଗାଇବା ଉପରେ ଗୁରୁତ୍ୱ
  • ଆଗାମୀ ଦିନରେ ଉଚିତ ଜନ ପ୍ରତିନିଧି ବାଛନ୍ତୁ ଲୋକେ – ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିକାଶ ଏକ ନିରନ୍ତର ପ୍ରକ୍ରିୟା । ଏହା କେବେ ଶେଷ ହୁଏ ନାହିଁ । ତେଣୁ ଲୋକେ ସବୁବେଳେ ପ୍ରାଥମିକତା ଭିତ୍ତିରେ ନିଜର ସମସ୍ୟାକୁ ନେଇ ସରକାର କିମ୍ବା ଜନପ୍ରତିନିଧିଙ୍କ ଆଗରେ ତାର ସମାଧାନ ପାଇଁ ଦାବି ଜଣାଇବା ଦରକାର । ଜଣେ ଉଚିତ ଜନ ପ୍ରତିନିଧି ସବୁବେଳେ ଲୋକଙ୍କ ସମସ୍ୟାର ସମାଧାନକୁ ନିଜ ଦାୟିତ୍ୱ ଓ କର୍ତ୍ତବ୍ୟ ଭାବିବା ଦରକାର । ତେଣୁ ଆଗାମୀ ଦିନର ନିର୍ବାଚନମାନଙ୍କରେ ଗାଁ ଲୋକେ ଉଚିତ ଜନ ପ୍ରତିିନିଧି ବାଛନ୍ତୁ ବୋଲି ଆଜି ବଲାଙ୍ଗିର ବ୍ଲକ ଅନ୍ତର୍ଗତ ସଦାଇପାଲି ପଂଚାୟତର ସଦାଇପାଲିର ଖାଡିଆପଡା, ପଥରଚେପା ଓ ଧୁମାମରା ଗାଁରେ ଲୋକଙ୍କ ସମସ୍ୟା ଶୁଣିବା ଅବସରରେ ଜନସାଧାରଣଙ୍କୁ କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ଗାଁ ଗୁଡିକରେ ଲୋକେ ଅତି ସରଳ । କେଉଁ ସମସ୍ୟା କେଉଁଠାରେ ଉପସ୍ଥାପନ କରାଯିବ ଜାଣି ପାରନ୍ତି ନାହିଁ ତେଣୁ ସମସ୍ୟା ସହିତ ସଂପୃକ୍ତ ବିଭାଗର ଅଧିକାରୀ ଓ ସବୁ ସ୍ତରର ଜନପ୍ରତିନିଧି ଲୋକଙ୍କ ପାଖକୁ ଯାଇ ତାହା ବିଜୁଳି, ରାସ୍ତା କିମ୍ବା ଆଦିବାସୀ ଭୂମିହୀନଙ୍କ ଜମି ଚିହ୍ନଟ କରି ପଟ୍ଟା ପ୍ରଦାନ ହେଉ । ସେ ସବୁକୁ ଉଦାରତାର ସହ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟ ଭାବି କାମ କରିବା କଥା । ଆଜି ସଦାଇପାଲିର ଖଇରାପଡା, ପଥରଚେପା ଓ ଧୁମାମରା ଗାଁ ଗୁଡିକରେ ଲୋକଙ୍କର ପ୍ରାୟତଃ ସମାନ ସମସ୍ୟା ଥିଲା । ଲୋକେ ଗରିବ ଓ ଆଦିବାସୀ ଶ୍ରେଣୀର ହୋଇଥିବାରୁ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଘରଡିହ ଓ ଦରକାର ସ୍ଥଳେ ସେ ସବୁକୁ ଚିହ୍ନଟ କରି ତାଙ୍କୁ ପଟ୍ଟା ପ୍ରଦାନ ପାଇଁ ବିଧାୟକ ଶ୍ରୀ ମିଶ୍ରଙ୍କୁ ଅନୁରୋଧ କରିଥିଲେ । ଏହା ସହ ବ୍ଲକସ୍ତରରେ ଗାଁକୁ ଆସୁଥିବା ବିଜୁଳି ଖୁଣ୍ଟରେ ଲାଇଟ ଗୁଡିକର ମରାମତି ହେଉ ନ ଥିବାରୁ ସେମାନେ ଅଭିଯୋଗ କରିଥିଲେ । ଏହା ସହ ରାସ୍ତା ଗୁଡିକ ଉପରେ ନର୍ଦ୍ଦମା ପାଣି ଯାଉଥିବାରୁ ଏହାର ସଠିକ ନିଷ୍କାସନ ପାଇଁ ବିଧାୟକ ଶ୍ରୀ ମିଶ୍ରଙ୍କୁ ପଦକ୍ଷେପ ନିଆଯାଉ ବୋଲି ଗାଁବାସୀ କହିଥିଲେ । ସ୍ଥାନେ ସ୍ଥାନେ ଇନ୍ଦିର ଆବାସ ଓ ରାସନ କାର୍ଡକୁ ନେଇ ମଧ୍ୟ ଲୋକଙ୍କ ଅଭିଯୋଗ ଆସିଥିଲା । ଏ ସବୁକୁ ଶୁଣି ବିଧାୟକ ଶ୍ରୀ ମିଶ୍ର ରାଜସ୍ୱ ବିଭାଗ ଅଧିକାରୀ ଏବଂ ଉପ-ଜିଲ୍ଲପାଳଙ୍କ ସହ ଫୋନ ଯୋଗେ କଥା ହୋଇ ଖଇରାପଡା ଓ ପଥରଚେପାରେ ଥିବା ଗରିବ, ଆଦିବାସୀ ଭୂମିହୀନଙ୍କୁ ଜମି ଚିହ୍ନଟ କରି ସେମାନଙ୍କୁ ପଟ୍ଟା ପ୍ରଦାନ ଦିଗରେ ଯେତେ ଶୀଘ୍ର ହେବ ପଦକ୍ଷେପ ନେବାକୁ କହିଥିଲେ । କିଛି ମାସ ପୂର୍ବରୁ ସଦାଇପାଲିର ନରସିଂହ ନଗରରେ ଲୋକଙ୍କୁ ଜମି ଚିହ୍ନଟ ଓ ପ୍ରଦାନ କରାଯାଇଥିବା ବେଳେ ସେଠାରେ ଦରକାର ନଳକୂପ ଖନନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଉପରୋକ୍ତ ସମସ୍ୟା ଗୁଡିକର ସମାଧାନ ଦିଗରେ ଯଦି ଶୀଘ୍ର ପଦକ୍ଷେପ ସଂପୃକ୍ତ ବିଭାଗ ଦ୍ୱାରା ଶୀଘ୍ର ନିଆନଯାଏ ତେବେ ଗାଁ ଲୋକେ ତାଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବା ପାଇଁ ଅନୁରୋଧ କରିଥିଲେ । ଆଜିର ଏହି ପଂଚାୟତ ଗସ୍ତ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ମିଶ୍ରଙ୍କ ବ୍ୟତୀତ ଚନ୍ଦନଭାଟି ସମିତି ସଭ୍ୟା ସଂଗୀତା ପାଣିଗ୍ରାହୀ, ଶୁଶାନ୍ତ ପାଣିଗ୍ରାହୀ, ଫକିର ମୋହନ ଥାଟି, ସୁଦାମ ମହାଲିଙ୍ଗ, ବାସୁଦେବ ମୁଗ୍ରୀ, ଡ. ପ୍ରଶାନ୍ତ ପ୍ରଧାନ, ଶିକ୍ଷା ନୋମିନୀ ବାମଦେବ ମିଶ୍ର, ଫକିର ଷାଣ୍ଢ, ବିଜ୍ଞାନ ନନ୍ଦ, ଧନୁ ରାଉତ, ବିଧାୟକଙ୍କ ବ୍ଲକ ପ୍ରତିନିଧି କିଶୋର ସିଂ ନିନା, ବ୍ଲକ ସଭାପତି ରାମ ପ୍ରସାଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.