ଭୋକ ହଡ଼ତାଲରେ କୃଷକ : ଦିଲଜିତ ଦୋସାଞ୍ଜ ଆଜି ଗାଜିପୁର ସୀମାରେ ପହଞ୍ଚିବେ

ନୂଆଦିଲ୍ଲୀ : ଆଜି ଦିଲ୍ଲୀ ସୀମାରେ କୃଷକ ଆନ୍ଦୋଳନର ୨୭ ତମ ଦିନ । ଶୀତଦିନେ ଠିଆ ହୋଇଥିବା ଚାଷୀଙ୍କ ସହ କଥାବାର୍ତ୍ତା କରିବାକୁ ସରକାର ଆଉ ଏକ ପଦକ୍ଷେପ ନେଇଛନ୍ତି । ଅନ୍ୟପକ୍ଷରେ କୃଷକ ସଂଗଠନ ସହ କଥା ହେବା ପାଇଁ କୃଷି ମନ୍ତ୍ରଣାଳୟ ଏକ ପ୍ରସ୍ତାବ ପଠାଇଛି । ଆଜି କୃଷକ ସଂଗଠନ ଉପବାସରେ । ଏଭଳି ପରିସ୍ଥିତିରେ ଆନ୍ଦୋଳନ କେଉଁ ଆଡକୁ ଯାଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି । ଦିଲ୍ଲୀର ବିଭିନ୍ନ ସୀମାରେ କୃଷକମାନେ ବିରୋଧ ଜାରି ରଖିଛନ୍ତି । ଆଜି କୃଷକମାନେ ମଧ୍ୟ ଭୋକ ଉପାସରେ ରହିଛନ୍ତି । ଏହି ସମୟ ମଧ୍ୟରେ ଆଜି ପଂଜାବୀ ସୁପରଷ୍ଟାର ଦିଲଜିତ ଦୋସାଞ୍ଜ ପୁଣିଥରେ ଏହି ଆନ୍ଦୋଳନରେ ଯୋଗଦେବେ ଏବଂ ଗାଜିପୁର ସୀମାରେ ପହଂଚିବେ । ସରକାର ଚାଷୀଙ୍କ ସହ ଆଲୋଚନା କରିବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ବର୍ତ୍ତମାନ ଚାଷୀଙ୍କ ତରଫରୁ ସେମାନଙ୍କ ଆନ୍ଦୋଳନ ତୀକ୍ଷ୍ଣ ହୋଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.