csstore

ଖରାଲି ରହେନଚୁଆଁମୁଣ୍ଡା ସିଦ୍ଧ ଲିଙ୍ଗେଶ୍ୱର ମହାଦେବ ମନ୍ଦିର ଟ୍ରଷ୍ଟର ବାର୍ଷିକ ଉତ୍ସବ : ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଦସ୍ୟ ହଂସରାଜ ଜୈନ ଟ୍ରଷ୍ଟର ସ୍ଥାୟୀ ସଭାପତି ମନୋନୀତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଆଜି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ମୁରିବାହାଲ ବ୍ଲକ ମାଲିଶିରା ପଞ୍ଚାୟତ ଖରାଲି ଗ୍ରାମ ନିକଟରେ ଥିବା ପ୍ରସିଦ୍ଧ ସିଦ୍ଧି କ୍ଷେତ୍ର ରହେନଚୁଆଁ ମୁଣ୍ଡା ବ୍ରାହ୍ମଣୀ ପାହାଡ଼ଠାରେ ଶ୍ରୀ ସିଦ୍ଧ ଲିଙ୍ଗେଶ୍ୱର ମହାଦେବ ମନ୍ଦିରରେ ସ୍ୱାମୀ ମୁରଲୀଧରାନନ୍ଦ ଚେରିଟେବୁଲ ଟ୍ରଷ୍ଟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟଅତିଥି ରୂପେ ଯୋଗଦାନ କରିଥିଲେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସଦସ୍ୟ ପୂର୍ବ ବ୍ଲକ ଅଧ୍ୟକ୍ଷ ତଥା ବିଜେଡି ରାଜ୍ୟ ସମ୍ପାଦକ ହଂସରାଜ ଜୈନ । ଉପଦେଷ୍ଟା ସ୍ୱାମୀ ମୁରଲୀଧରାନନ୍ଦଙ୍କ ଅଧ୍ୟକ୍ଷତାରେ ଏହି ସଭା କାର୍ଯ୍ୟ ପରିଚାଳିତ ହୋଇଥିଲା । ସଭାରେ ଉପସ୍ଥିତ ସମସ୍ତ କର୍ମକର୍ତ୍ତାଙ୍କ ନିଷ୍ପତ୍ତି କ୍ରମେ ହଂସରାଜ ଜୈନଙ୍କୁ ଟ୍ରଷ୍ଟର ସ୍ଥାୟୀ ସଭାପତି ରୂପେ ଗୁରୁଜୀ ମନୋନୀତ କରିଥିଲେ । ନବ ନିଯୁକ୍ତ ସଭାପତିଙ୍କ ନେତୃତ୍ୱରେ ଟ୍ରଷ୍ଟର ଅନ୍ୟାନ୍ୟ ସଭ୍ୟ ସଭ୍ୟାମାନଙ୍କୁ ମନୋନୀତ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହି ସଭାରେ ଉପସ୍ଥିତ ଟ୍ରଷ୍ଟି ଓ ସ୍ଥାନୀୟ ଅଧିବାସୀମାନଙ୍କ ମଧ୍ୟରେ ମାଳିଶିରା ସରପଞ୍ଚ ଦେବରାଜ ପାତ୍ର, ବୁଦ୍ଧଦେବ ମହାକୁର, ସାଇମଲ ନାଗ, ଭବେଶ ରତେଇ, ତପସ୍ୱିନୀ ପଧାନ, ପୂର୍ବ ସରପଞ୍ଚ କ୍ଷିତିପତି ମହାକୁର, ଦୁଲାମଣି ବାଗ, ଇନ୍ଦ୍ରମଣୀ ପଧାନ, ପତରଙ୍ଗୀ ମାଝୀ, ଭଦେବ ପୁଟେଲ, ଗଣେଶ ପୁଟେଲ, ସବ୍ୟସାଚୀ ବେହେରା, ଲଳିତ ମହାନ୍ତି, ପୁଲସ୍ତି ବେହେରା, ବିଜୟ ମାଝୀ, ଦେବେନ୍ଦ୍ର ମେର୍ଲି, ଧନମାଳୀ ବେହେରା, କପୁର୍ଚନ ତାଣ୍ଡି, ନିତ୍ୟାନନ୍ଦ କୁମ୍ଭାର, ରାମଚନ୍ଦ୍ର ମାଝୀଙ୍କ ସହିତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଏହି ଅବସରରେ ନୂତନ ଭାବେ ନିଯୁକ୍ତ ଟ୍ରଷ୍ଟ ସଭାପତି ଶ୍ରୀ ଜୈନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

jayashree
Leave A Reply

Your email address will not be published.