ଟ୍ରକ୍‌ ସହିତ ଧକ୍କା ଖାଇ ଜଳିଗଲା କାର୍‌

ବରେଲି : ଶନିବାର ରାତିରେ ଉତ୍ତର ପ୍ରଦେଶ ଅନ୍ତର୍ଗତ ବରେଲି-ନୈନିତାଲ୍‌ ରାଜପଥ ନିକଟସ୍ଥ ଭୋଜିପୁରଠାରେ ଗୋଟିଏ ଡମ୍ପର୍‌-ଟ୍ରକ୍‌ ସହିତ ଗୋଟିଏ କାର୍‌ ଧକ୍କା ଖାଇ ଜଳିଯିବାରୁ ସେଥିରେ ଥିବା ଜଣେ ପିଲା ସମେତ ୮ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇ ମରି ଯାଇଥିବା କଥା ପୁଲିସ କହିଛି । ସୂଚନା ଅନୁସାରେ, ଉତ୍ତରାଖଣ୍ଡରୁ ବାଲି ନେଇ ଆସୁଥିବା ଡମ୍ପର୍‌-ଟ୍ରକ୍‌ ସହିତ ଧକ୍କା ଖାଇ କାର୍‌ର ଟାୟାର୍‌ ଫାଟି ଯିବାରୁ ତାହା ରାଜପଥର ଅପରପାଶ୍ୱକୁ ଛିଟିକି ପଡ଼ିବା ଫଳରେ ସେଥିରେ ବିସ୍ଫୋରଣ ହୋଇଥିଲା । ଫଳରେ କାର୍‌ଟି ଜଳି ଉଠିଲା । କାର୍‌ରେ ସେଣ୍ଟ୍ରାଲ୍‌ ଲକ୍‌ ବ୍ୟବସ୍ଥା ଥିବାରୁ ସେଥିରେ ଥିବା ଯାତ୍ରୀମାନେ ବାହାରକୁ ଆସିପାରି ନ ଥିଲେ । କାର୍‌ରେ ଥିବା ଲୋକମାନେ ନିଆଁରେ ପୋଡ଼ି ହୋଇ ପ୍ରାଣ ହରାଇଥିଲେ । କାର୍‌ରୁ ସେମାନଙ୍କ ଶବ ଉଦ୍ଧାର କରାଯାଇଛି। ସେମାନେ ଏକ ବିବାହ ଅନୁଷ୍ଠାନରେ ଯୋଗ ଦେବାକୁ ଯାଉଥିଲେ। ଶବଗୁଡ଼ିକୁ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇ ଘଟଣାର ଅଧିକ ତଦନ୍ତ କରାଯାଉଛି।

Leave A Reply

Your email address will not be published.