ହଳଦୀ ଗ୍ରାମରେ ଚାଲିଥିବା କୃଷ୍ଣଚନ୍ଦ୍ର ହାତୀ ସ୍ମାରକୀ ଫୁଟବଲ ପ୍ରତିଯୋଗିତା ଉଦ୍‌ଯାପିତ : ହଳଦୀ ଚମ୍ପିୟାନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ମୁରିବାହାଲ ବ୍ଲକ ହଳଦୀ ଗ୍ରାମ ପଞ୍ଚାୟତ ସଦରମହକୁମା ହାଇସ୍କୁଲ ଖେଳ ପଡିଆଠାରେ ୨ୟ ବର୍ଷ ସ୍ୱର୍ଗତ କୃଷ୍ଣଚନ୍ଦ୍ର ସ୍ମାରକୀ ଫୁଟବଲ ପ୍ରତିଯୋଗିତା ଶନିବାର ଉଦ୍‌ଯାପିତ ହୋଇଯାଇଛି । ଫାଇନାଲ ଖେଳରେ ହଳଦୀ ଇଲେଭେନ ବ୍ରଦର୍ସ ଫୁଟବଲ୍ ଦଳ ୨-୦ ଗୋଲରେ ସିହିନୀ ଇଲେଭେନ ଏଟେକର୍ସ ଦଳକୁ ପରାସ୍ତ କରି ଚମ୍ପିୟାନ ଆଖ୍ୟା ଅର୍ଜନ କରିଛି । ତିନିଦିନିଆ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଦସ୍ୟ ହଂସରାଜ ଜୈନ ଯୋଗଦାନ କରି ଉଭୟ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ରୂପେ ପୂର୍ବତନ ସୈନିକ ଧନେଶ୍ୱର ମାଝୀ, ମୁରିବାହାଲ ସମିତି ସଭ୍ୟ ଚକ୍ରଧର ହେର୍ଣ୍ଣା, ସମାଜସେବୀ ଲମ୍ବୋଦର ବଗର୍ତ୍ତୀ, ପାର୍ଥ ପ୍ରଧାନୀ, ନରେନ୍ଦ୍ର ମହାରଣା, କ୍ରୀଡାବିତ୍ ବଳରାମ ସା, ଚତୁର ମହାନନ୍ଦ ଯୋଗଦାନ କରିଥିଲେ । ଖେଳ ପରିଚାଳନା କରିଥିଲେ ଅମ୍ପାୟାର ବିବଛ ମାଝୀ, ନବୀନ ସରାଫ ଓ ବୈଷ୍ଣବ ତାଣ୍ଡି । ଫାଇନାଲ ମ୍ୟାଚରେ ଅତିଥିଗଣ ବିଜୟୀ ଦଳକୁ ଟ.୭୦୦୦/- ଓ ରନର୍ସ ଅଫ ଦଳକୁ ଟ.୫୦୦୦/- ପୁରସ୍କାର ରାଶି ସହିତ ଟ୍ରଫି ପ୍ରଦାନ କରିଥିଲେ । ଏଥିରେ ଗ୍ରାମର ଯଶୋବନ୍ତ ଭୋଇ, କ୍ଷୀରସିନ୍ଧୁ ପାତ୍ର, ରାଜୁ ହାତୀ, ସୁବାସ ପଟ୍ଟନାୟକ, ଦେବ ପୂଝରୀ, ସାରଥୀ ହାତୀଙ୍କ ସହିତ ଆୟୋଜକ କୃଷ୍ଣଚନ୍ଦ୍ର ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟର ସମସ୍ତ ସଦସ୍ୟ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।

Leave A Reply

Your email address will not be published.