ମୁରିବାହାଲ ବ୍ଲକ କୃଷକ ସଙ୍ଗଠନ ପକ୍ଷରୁ ଲଘୁଚାପ ଜନିତ ବର୍ଷାରେ ଚାଷର କ୍ଷତିପୂରଣ ଓ କୃଷିଋଣ ଛାଡ ଦାବୀରେ ଜିଲ୍ଲାପାଳଙ୍କୁ ୪ ଦଫା ଦାବୀପତ୍ର ପ୍ରଦାନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ କୃଷକ ସଙ୍ଗଠନ ପକ୍ଷରୁ ବ୍ଲକର ୨୨ଟି ପଞ୍ଚାୟତ ଅଂଚଳରେ ଚଳିତ ମିଗ୍‌ଜୋମ ଲଘୁଚାପ ଜନିତ ପ୍ରବଳ ବର୍ଷାରେ ଚାଷର ଉପଯୁକ୍ତ କ୍ଷତିପୂରଣ ଓ କୃଷିଋଣ ଛାଡ ଭଳି ୪ ଦଫା ଦାବୀପତ୍ର ଆଜି ଶୁକ୍ରବାର ବଲାଙ୍ଗିର ଜିଲ୍ଲାପାଳଙ୍କୁ ସ୍ଥାନୀୟ ତହସିଲଦାରଙ୍କ ଜରିଆରେ ପ୍ରଦାନ କରାଯାଇଛି । କୃଷକ ସଙ୍ଗଠନର ଦାବୀପତ୍ର ମୁତାବକ ଲଘୁଚାପ ଜନିତ ବର୍ଷାରେ କ୍ଷୟ କ୍ଷତି ହୋଇଥିବା ସମସ୍ତ ଫସଲର ଏକର ପିଛା ତିରିଶ ହଜାର ଟଙ୍କା ତୁରନ୍ତ ଆର୍ଥିକ ସହାୟତା ପ୍ରଦାନ ସହ ସମସ୍ତ ପ୍ରକାର କୃଷିଋଣ ସମ୍ପୂର୍ଣ୍ଣ ଛାଡ କରାଯିବା, କପା ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ କ୍ଵିଣ୍ଟାଲ ପ୍ରତି ୧୨ହଜାର ୫ଶହ ଟଙ୍କା ବୃଦ୍ଧି କରାଯିବା, ଚାଷୀଙ୍କ ଧାନ କିଣାରେ କଟଣି ଛଟଣି ସମ୍ପୂର୍ଣ୍ଣ ରୂପେ ବନ୍ଦ କରାଯିବା ଓ ଚଳିତ ଖରିଫ ଋତୁର କୃଷି ବୀମା ରାଶି ଶତ ପ୍ରତିଶତ ଲାଗୁ କରାଯିବା ଆଦି ଦାବୀ ରହିଥିବା ଜଣାପଡିଛି । ମୁରିବାହାଲ ଅତିରିକ୍ତ ତହସିଲଦାର ଖଦାଳ ପାତ୍ର ଦାବୀପତ୍ର ଗ୍ରହଣ କରିଥିଲେ । ବ୍ଲକ କୃଷକ ସଙ୍ଗଠନ ସଭାପତି ଚକ୍ରଧର ହେର୍ଣ୍ଣାଙ୍କ ନେତୃତ୍ବରେ କାର୍ଯ୍ୟକାରୀ ସଭାପତି ମଦନ ମୋହନ କୁମ୍ଭାର, ସାଧାରଣ ସମ୍ପାଦକ ଗିରିଧାରୀ ସାହୁ, ଉପସଭାପତି ତୀର୍ଥ ହାତୀ, ଦୁସିମଣି ପ୍ରଧାନୀ, ଫାଲଗୁନି ହାତୀ, ଥବିର ସା, ହରିଦାସ ତାଣ୍ଡି, ଲୋକନାଥ ବଘାର, ଦିଲ୍ଲୀପ ମହାନନ୍ଦ, କମଳ ବୁଡେକ, ଲବ କାଣ୍ଡ, ମାଧବ ସାହୁ, ରାଜାରାମ ବେହେରା, ଦୁର୍ବାସା ସାହୁ, ଗଣେଶ ପୁଟେଲଙ୍କ ସହ ବ୍ଲକ ଅଞ୍ଚଳର ବହୁ ସଂଖ୍ୟକ ଚାଷୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!