ବାବାସାହେବଙ୍କ ତିରୋଧାନ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସରକାରୀ ସ୍ୱୀକୃତି ପ୍ରାପ୍ତ ଦଳିତ ଅନୁଷ୍ଠାନ ‘ଜିଲ୍ଲା ଦଳିତ ବିକାଶ ମଞ୍ଚ’ ବଲାଙ୍ଗିର ତରଫରୁ ସ୍ଥାନୀୟ ଡୁଙ୍ଗୁରିପଡାରେ ବୋଧିସତ୍ତ୍ୱ ବାବାସାହେବ ଆମ୍ବେଦକରଙ୍କ ୬୭ତମ ମହାପରିନିର୍ବାଣ ଦିବସ ପାଳନ ହୋଇଯାଇଛି । ପ୍ରାରମ୍ଭରେ ବାବାସାହେବଙ୍କ ଫୋଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ଜଳନ, ପୁଷ୍ପ ମାଲ୍ୟାର୍ପଣ ତଥା ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଗଲା । ତାପରେ ଅନୁଷ୍ଠାନର ସଭାପତି ଧୀମାନ ନଟରାଜ ନାଗଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଧୀମାନ ଦଣ୍ଡୁଆ କୁମ୍ଭାର ମୁଖ୍ୟ ଅତିଥି ଓ ଧୀମାନ ଘନଶ୍ୟାମ ମହାନନ୍ଦ ମୁଖ୍ୟ ବକ୍ତା ରୂପେ ଯୋଗଦେଇ ବାବାସାହେବଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗୋପବନ୍ଧୁ ଜଗଦଲା, ଲୋକନାଥ ସୁନା (କ), ବିପିନ ନନ୍ଦ, ମୁରଲୀଧର ସୁନା ସମ୍ମାନିତ ଅତିଥି ରୂପେ ଯୋଗଦେଇ ଆଗାମୀ ଦିନମାନଙ୍କରେ ଯୁବପିଢିଙ୍କୁ ଆମ୍ବେଦକରଙ୍କ ଜୀବନ ଦର୍ଶନ ଉପରେ ମାର୍ଗ ଦର୍ଶନ ଦେବା ପାଇଁ ମତାମତ ଦେଇଥିଲେ । ସଭାକୁ ନୀଳକଣ୍ଠ ସୁନା ସଂଯୋଜନା କରିଥିବାବେଳେ ବିଶ୍ଵାମିତ୍ର ନାଗ ଧନ୍ୟବାଦ ଦେଇଥିଲେ । ବୃନ୍ଦାବନ ନାଗ, ମହେନ୍ଦ୍ର ଜାଲ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.