ରୋଟାରୀ କ୍ଲବ ରାଉରକେଲା ଷ୍ଟିଲ ସିଟିର ମାସିକ ଋତୁସ୍ରାବ କର୍ମଶାଳା ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୭ରେ ଥିବା ମହିଳା ଅନୁଷ୍ଠାନ ଯାଜ୍ଞସେନୀ ଓ ରୋଟାରୀ କ୍ଲବ ରାଉରକେଲା ଷ୍ଟିଲ ସିଟିର ମିଳିତ ସହଯୋଗରେ ମହିଳାମାନଙ୍କ ପାଇଁ ମାସିକ ଋତୁସ୍ରାବ ସମୟରେ ବିଭିନ୍ନ ପ୍ରକାର ସଚେତନତା ମୂଳକ ପଦକ୍ଷେପ ଗ୍ରହଣ କରାଯିବାକୁ ନେଇ ଏକ କର୍ମଶାଳା ଆୟୋଜନ କରାଯାଇଥିଲା । ଯାଜ୍ଞସେନୀର ଉପସଭାପତି ବିଷ୍ଣୁପ୍ରିୟା ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଖ୍ୟାତନାମା ସ୍ତ୍ରୀରୋଗ ବିଶେଷଜ୍ଞ ଡାକ୍ତର ଗୀତାଞ୍ଜଳି ପତ୍ରୀ ମୁଖ୍ୟ ବକ୍ତା ରୂପେ ଯୋଗ ଦେଇଥିଲେ । ସେ ଖୁବ୍ ସୁନ୍ଦର ସରଳ ଭାଷାରେ ଉପସ୍ଥିତ ମହିଳା ଓ କିଶୋରୀମାନକୁ ଏହି ମାସିକ ପ୍ରକ୍ରିୟା ସମୟରେ କିପରି ଯତ୍ନଶୀଳ ହେବେ ତା’ ବିଷୟରେ ସୂଚନା ପ୍ରଦାନ କରିଥିଲେ । ମହିଳା ଓ ବାଳିକାମାନଙ୍କର ବିଭିନ୍ନ ଅସୁବିଧା ସବୁ ଜଣ ଜଣ କରି ବୁଝାଇ ଥିଲେ । ପ୍ରାରମ୍ଭରେ ରୋଟାରୀ କ୍ଲବ ରାଉରକେଲା ଷ୍ଟିଲ ସିଟିର ସଭାପତି ରୋଟାରୀଆନ ପୁତୁଲ ରାହୁଲ ସ୍ୱାଗତ ଭାଷଣ ଦେଇ ସଭା କାର୍ଯ୍ୟ ଆରମ୍ଭ କରିଥିଲା ବେଳେ କର୍ମଶାଳାର ଅଧ୍ୟକ୍ଷା ଡାକ୍ତର ସୁମିତା ସାମଲ ଏହାର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ । କ୍ଲବର ସମ୍ପାଦିକା ଅର୍ଚ୍ଚନା ମହାନ୍ତି ଓ ଯାଜ୍ଞସେନିର ସମ୍ପାଦିକା ନିନା ରାଣୀ ଜେନା ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନାର କରିଥିଲେ । କ୍ଲବର ଉପଦେଷ୍ଟା ଅଞ୍ଜନା ମୈତ୍ର, ହରସଲା ସୂର୍ୟ୍ୟବଂଶୀ ମଧ୍ୟ ମଞ୍ଚାସୀନ ଥିଲେ । ମଧୁସୂଦନ ଶିକ୍ଷା ନିବାସ, ସେକ୍ଟର ୧୭ ଛାତ୍ରୀନିବାସର କିଶୋରୀ ତଥା ଯାଜ୍ଞସେନୀ ମହିଳା ସଂଘର କର୍ମକର୍ତ୍ତାଗଣ ଉପସ୍ଥିତ ଥିଲେ । ଏହି କର୍ମଶାଳା ଦ୍ଵାରା ୪୨ ଜଣ ବିଭିନ୍ନ ବୟସର ମହିଳାମାନେ ଉପକୃତ ହୋଇଥିଲେ । ଯାଜ୍ଞସେନୀର ଉପଦେଷ୍ଟା ଡ଼ଃ କିଶୋରୀ ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.