oom

ଉଦାହରଣ ଟିମ୍‌ର ପ୍ରସ୍ତୁତି ବୈଠକ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ବୀର ସହିଦଙ୍କୁ ସମ୍ମାନ ପ୍ରଦାନ ନିମନ୍ତେ ଗଠିତ ଉଦାହରଣ ଟ୍ରଷ୍ଟର ଦ୍ୱିତୀୟ ସହିଦ୍ ସମ୍ମାନ ସମାରୋହ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉଦାହରଣ ଟ୍ରଷ୍ଟର ଅଧ୍ୟକ୍ଷ ତଥା ପ୍ରାକ୍ତନ ସିଆର୍‌ପିଏଫ୍‌ ଡିଆଇଜି ଦୟାନିଧି ତନ୍ତୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଆଗାମୀ ଜାନୁୟାରୀ ମାସରେ ହେବାକୁ ଥିବା ଏହି ସହିଦ୍ ସମ୍ମାନ ସମାରୋହ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଗତବର୍ଷ ଏହିଭଳି କାର୍ଯ୍ୟକ୍ରମ ସମସ୍ତଙ୍କ ସହଯୋଗରେ ସୁଚାରୁରୂପେ ସମ୍ପନ୍ନ ହୋଇଥିବାରୁ ଚଳିତ ବର୍ଷ ଏହାକୁ ଅଧିକ ଆକର୍ଷଣୀୟ କରିବା ସହ ଦ୍ୱିତୀୟ ସହିଦ୍ ସମ୍ମାନ ସମାରୋହ ପାଇଁ ସମସ୍ତଙ୍କ ସହଯୋଗ କାମନା କରାଯାଇଛି । ସୂଚନା ଯୋଗ୍ୟ ଯେ ଦେଶ ପାଇଁ ପ୍ରାଣବଳି ଦେଇଥିବା ସହିଦ୍‌କ ପରିବାରଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ସମ୍ମାନିତ କରାଯାଇଥିଲା । ଏହି ବୈଠକରେ କାର୍ୟ୍ୟକ୍ରମ ସମ୍ପର୍କରେ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା । ବୈଠକରେ ଶ୍ରୀତନ୍ତୀଙ୍କ ସମେତ ଟ୍ରଷ୍ଟି ବିମଳ କୁମାର ବିଶି, ଚନ୍ଦ୍ରଶେଖର ଶତପଥୀ, ଶଙ୍କର ଜେନା, ସାଧାରଣ ସମ୍ପାଦକ ସଙ୍କୀର୍ତ୍ତନ ଜୟପୁରିଆ, କୋଷାଧ୍ୟକ୍ଷ ରୋହିତ କୁମାର ମହାନନ୍ଦିଆଙ୍କ ସମେତ ବିଶ୍ୱଜିତ ଜେନା, ସଞ୍ଜୟ ପ୍ରଧାନ, କବି ନାୟକ, ପ୍ରକାଶ ମହାକୁଡ଼, ଜଗନ୍ନାଥ ସାହୁ,ସନ୍ତୋଷ ଗରଡିଆ, ଉଛବ ତନ୍ତୀ, ପାଇଲଟ୍ ଓ ସଞ୍ଜିବ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ସମ୍ପାଦକ ଶ୍ରୀ ଜୟପୁରିଆ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.