ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର ଶ୍ରୀମଦ୍ ଭଗବତ ଗୀତାର ସତ୍ୟ ଆଧ୍ୟାତ୍ମିକ ରହସ୍ୟ ପ୍ରବଚନ ଉଦ୍‌ଯାପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨୦ସ୍ଥିତ ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର ୫ଦିନିଆ ଶ୍ରୀମଦ୍ ଭଗବତ ଗୀତାର ସତ୍ୟ ଆଧ୍ୟାତ୍ମିକ ରହସ୍ୟ ପ୍ରବଚନ ଉଦ୍‌ଯାପିତ ହୋଇଯାଇଛି । କେନ୍ଦ୍ରର ମୁଖ୍ୟ ବ୍ରହ୍ମକୁମାରୀ (ବିକେ) ଅଞ୍ଜଳୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବିହାରର ବେଗୁସରାୟରୁ ବ୍ରହ୍ମକୁମାରୀ କାଞ୍ଚନ ଦିଦି ଯୋଗଦେଇ ଉପରୋକ୍ତ ବିଷୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ପ୍ରତ୍ୟେକ ଦିନ ସନ୍ଧ୍ୟା ସାଢ଼େ ପାଞ୍ଚଟାରୁ ୮ଟା ପର୍ଯ୍ୟନ୍ତ ହେଉଥିବା ପ୍ରଥମ ଦିନରେ ସର୍ବଶାସ୍ତ୍ର ଶିରୋମଣି ଭଗବତ ଗୀତା ଶ୍ରବଣର ମହତ୍ତ୍ୱ ଓ ଆତ୍ମଦର୍ଶନ, ଦ୍ୱିତୀୟ ଦିନରେ ପରମାତ୍ମ ଦର୍ଶନ ଓ ବିରାଟ ରୂପରେ ସାକ୍ଷାତକାର, ତୃତୀୟ ଦିନ ଆଧୁନିକ ମହାଭାରତ କାଳରେ କୌରବ କିଏ ଏବଂ ପାଣ୍ଡବ କିଏ, ଚତୁର୍ଥ ଦିନ କର୍ମ ସିଦ୍ଧାନ୍ତ ଓ ରାଜଯୋଗ ତଥା ପଞ୍ଚମ ଦିନରେ ବିକାରର ଆହୁତି ଓ ସମାପ୍ତି ସମ୍ପର୍କରେ କାଞ୍ଚନ ଦିଦି ଆଲୋଚନା କରିଥିଲେ । ଶ୍ରୀମଦ୍ ଭଗବତ ଗୀତର ସତ୍ୟ ଆଧ୍ୟାତ୍ମିକ ରହସ୍ୟକୁ ବୁଝି ଜୀବନକୁ ଆନନ୍ଦମୟ କରିବା ଲାଗି ବିକେ କାଞ୍ଚନ ବକ୍ତବ୍ୟ କାଳରେ ଉପସ୍ଥିତ ଶ୍ରୋତାଙ୍କୁ କହିଥିଲେ । ଏହି ପ୍ରବଚନ ଶୁଣିବା ପାଇଁ ସ୍ଥାନୀୟ ଅଞ୍ଚଳର ବହୁ ଜନସାଧାରଣଙ୍କ ସମାଗମ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିକେ ଅଞ୍ଜଳୀ, ବିକେ ସୀମା, ବିକେ ବବି, ବିକେ ସର୍ବଶ୍ରୀ ଅମୂଲ୍ୟ ଚକ୍ର, ପିଙ୍କି, ଭାରତୀ, ଗୌରୀ, ବିଜୟ, ରାଜକିଶୋର, ମମତା, ସନ୍ଧ୍ୟା, ରଞ୍ଜୁଲତା, ମୋତି ଲାଲ, ଦାମନ, ପ୍ରଦ୍ୟୁମ୍ନ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.