ବଂଶୀଧର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମର ଉଦ୍‌ଘାଟନ

csstore

ବଣାଇ, (ହବିବ ମହମ୍ମଦ ଖାନ୍‌) : ଆଜି କେନାବେଟା ବଂଶୀଧର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମର ଉଦ୍‌ଘାଟନ ହୋଇଯାଇଛି । ଏହି ଭବ୍ୟ କାର୍ଯ୍ୟକ୍ରମକୁ ଅନୁଷ୍ଠାନିକ ଭାବେ ବଣାଇ ଉପଜିଲ୍ଲାପାଳ ସୁରଞ୍ଜନ ସାହୁ ଉଦ୍‌ଘାଟନ କରିଥିଲେ । ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ବଣାଇ ତହସିଲଦାର ବଣାଇ ଜିଲ୍ଲା ଶିକ୍ଷା ଅଧିକାରୀ ଜିଲ୍ଲା ପରିଷଦ ସଭ୍ୟ ବୀର ବିଚିତ୍ର ସେନ ନାୟକ ନିଜ ନିଜ ଓଜସ୍ୱୀ ବକ୍ତବ୍ୟ ପ୍ରଦାନ କରି ସରକାରଙ୍କ ଆଭିମୁଖ୍ୟ ଯୁବ ବିକାଶ ପାଇଁ ପ୍ରଣୀତ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ ଅଶ୍ୱନୀ ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।

Leave A Reply

Your email address will not be published.