oom

ପୁଣି ଥରେ ତେଜିଲା ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ଦାବି : ଆସନ୍ତା ୭ ତାରିଖରେ ହେବ ୧୨ ଘଣ୍ଟିଆ ଟିଟିଲାଗଡ଼ ବନ୍ଦ

jsmm

ଟିଟିଲାଗଡ଼ , (ସଞ୍ଜୟ କୁମାର ନାୟକ) : ଦୀର୍ଘ ୩୦ ବର୍ଷର ଦାବି ହେଉଛି ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ଦାବି । ଗତ କିଛି ଦିନ ତଳେ ପଦମପୁରକୁ ଜିଲ୍ଲା କରାଯିବା ନେଇ ସମ୍ବଲପୁର ଆର୍‌ଡିସି ତରଫରୁ ବିଭିନ୍ନ ଦିଗରେ ତଦାରଖ କରାଯାଇଥିବା ସମ୍ପର୍କିତ ଖବର ପ୍ରଚାରିତ ହେବା ପରେ ମଙ୍ଗଳବାର ଅପରାହ୍ନରେ ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ଆବାହକ ତଥା ସଭାପତି କୃଷ୍ଣ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଓକିଲ ସଭା ଗୃହଠାରେ ଆସନ୍ତା ୭ ତାରିଖ ଦିନ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯିବ ବୋଲି ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ମାନେ ମଧ୍ୟ ଉପସ୍ଥିତ ଥିଲେ । ଦୁଃଖର ବିଷୟ ଯେ, ଟିଟିଲାଗଡ଼ର ବିଧାୟିକା ତଥା ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ମନ୍ତ୍ରୀଙ୍କ ପ୍ରତିନିଧି ତଥା ଶାସକ ଦଳର ଲୋକେ ଟିଟିଲାଗଡ଼ ନିଶ୍ଚୟ ଜିଲ୍ଲା ହେବ କହୁଥିବା ବେଳେ ଟିଟିଲାଗଡ ଜିଲ୍ଲା ପାଇଁ ସରକାରି ସ୍ତରରେ କୌଣସି ସୂଚନା ମିଳୁନାହିଁ । ଯଦ୍ୱାରା ରାଜ୍ୟ ସରକାରଙ୍କୁ ଚେତେଇବା ପାଇଁ ଏହି ବନ୍ଦ ଡ଼ାକରା ଦିଆଯାଇଛି ବୋଲି ଜିଲ୍ଲା କ୍ରିୟାନୁଷ୍ଠାନ ସଭାପତି ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.