oom

ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଉପଲକ୍ଷେ ଆଇନ ସଚେତନତା ଶିବିର

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ନିର୍ଦ୍ଦେଶ ଅନୁସାରେ ଦେଓଗାଁ ବ୍ଲକ ଅନ୍ତର୍ଗତ ସାଲେପାଲି ଜଗତ ବନ୍ଧୁ ଶିକ୍ଷା ନିକେତନ କାର୍ଯ୍ୟାଳୟଠାରେ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଉପଲକ୍ଷେ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ବିନୟ କୁମାର ପାତ୍ର, ଦେୱାନି ନ୍ୟାୟାଧୀଶ ଜନ୍ମେଜୟ ପଳେଈ, ଡିପ୍ଲୋମା କଲେଜ ଅଧ୍ୟକ୍ଷ ଡଃ ସୁଧାଂଶୁ କୁମାର ମେହେର, ଜଗତ ବନ୍ଧୁ ଶିକ୍ଷା ନିକେତନ ପରିଚାଳକ କର୍ଣ୍ଣିୟାର ପ୍ରଧାନ, ପ୍ରଧାନ ଶିକ୍ଷକ ସଙ୍କଟ ପଧାନ ଉପସ୍ଥିତ ରହି ଭିନ୍ନକ୍ଷମ ପାଇଁ ଥିବା ବିଭିନ୍ନ ବିଷୟରେ ଆଲୋକପାତ କରିଥିଲେ । ଏହି ଶିବିରରେ ଶ୍ରୀଯୁକ୍ତ ପାତ୍ର ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସର ତାତ୍ପର୍ଯ୍ୟ ସରଳ ଭାବେ ବୁଝାଇବା ସହ ଜିଲ୍ଲା ଆଇନ ସେବା ପ୍ରାଧିକରଣ କିପରି ମାଗଣା ଆଇନ ସେବା ଯୋଗଉଛି ତା ସମ୍ପର୍କରେ ବିସ୍ତ୍ରୁତ ବୁଝାଇଥିଲେ ।

jittmm
Leave A Reply

Your email address will not be published.