ଟ୍ରେନର୍‌ ଏୟାରକାଫ୍ଟ୍‌ ଦୁର୍ଘଟଣା

ହାଇଦ୍ରାବାଦ, : ଆଜି ତେଲଙ୍ଗାନାରେ ଏକ ବାୟୁସେନା ଟ୍ରେନିର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଯାଇଛି । ଏହି ଦୁର୍ଘଟଣାରେ ଦୁଇ ପାଇଲଟ୍‌ଙ୍କ ମୃତ୍ୟୁ ହୋଇଛି ସକାଳ ୮ଟା ୫୫ରେ ଏହି ଦୁର୍ଘଟଣା ଘଟିଛି । ଭାରତୀୟ ବାୟୁସେନା ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛି । ବାୟୁସେନା କହିଛି ରୁଟିନ୍‌ ଟ୍ରେନିଂ ସମୟରେ ପିସି -୭, ଏମକେ ୨ ବିମାନରେ ଏକ ଦୁର୍ଘଟଣା ଘଟିଥିଲା । ଯେଉଁଥିରେ ଦୁଇଜଣ ପାଇଲଟ୍‌ ବିମାନରେ ଥିଲେ । ଉଭୟେ ଗୁରୁତର ଆହତ ହୋଇଥିଲେ । ପରେ ସେମାନଙ୍କର ମୃତ୍ୟୁ ଘଟିଛି । ତେବେ ଏଥିରେ କୌଣସି ସାଧାରଣ ନାଗରିକଙ୍କର କିଛି କ୍ଷୟକ୍ଷତି ହୋଇ ନାହିଁ ବୋଲି କୁହାଯାଉଛି । ଦୁର୍ଘଟଣାର କାରଣ ଜାଣିବା ପାଇଁ ଆଇଏଏଫ୍‌ କୋର୍ଟ ପଚରାଉଚରା କରିବା ପାଇଁ ନିର୍ଦ୍ଦେଶ ଦେଇଛି । କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପାଇଲଟ୍‌ଙ୍କ ମୃତ୍ୟୁକୁ ନେଇ ଶୋକ ପ୍ରକାଶ କରି ଟୁଇଟ୍‌ କରିଛନ୍ତି।

Leave A Reply

Your email address will not be published.