
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ତେବେ କେଉଁ କାରଣରୁ, କେଉଁ ପରିସ୍ଥିତିରେ ଛାତ୍ରଙ୍କ ମୃତ୍ୟୁ ଘଟିଛି ତାହାର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ମୃତ ଛାତ୍ରଙ୍କ ନାମ ଶ୍ରୀକାନ୍ତ ମହାନନ୍ଦିଆ(୨୫) ବୋଲି ଜଣାପଡ଼ିଛି । ସେ ଚତୁର୍ଥ ବର୍ଷରେ ପାଠ ପଢୁଥିଲେ ।