ଜ୍ୟୋତି ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭଇଁଷାରେ ବିଶ୍ୱ ଏଡ଼ସ୍ ଦିବସ ପାଳିତ

ପାଟଣାଗଡ଼, (ପୁସ୍ତମ ଯୁଆଡ଼ି) : ବଲାଙ୍ଗିର ଜିଲ୍ଲାର ପାଟଣାଗଡ଼ ବ୍ଳକ ଅନ୍ତର୍ଗତ ଜ୍ୟୋତି ବିକାଶ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଭଇଁଷାରେ ଓଡ଼ିଶା ସରକାରଙ୍କ ଯୁବ ବିକାଶ ଯୋଜନା ଅନ୍ତର୍ଗତ କାର୍ଯ୍ୟକ୍ରମରେ ବିଶ୍ୱ ଏଡ଼ସ୍ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ସଭାରେ ପାଟଣାଗଡ଼ ବିଧାୟକ ସରୋଜ ମେହେର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପାଟଣାଗଡ଼ ବିଡ଼ିଓ ସୁମନ ମିଞ୍ଜ, ଘଷିଏନ୍‌ ସି ଏଚ୍ ସିର ସୁପରିଟେଣ୍ଡଡେନ୍‌ ସୁଜ୍ଞାନ ମେହେର, ଉତ୍କଳ ସେବକ ସମାଜ ବଲାଙ୍ଗିରର ମହେନ୍ଦ୍ର ନନ୍ଦ, ଘଷିଏନ୍‌ ସି ଏଚ୍ ସିର କର୍ମକର୍ତ୍ତା ଓ କଲେଜ ଅଧ୍ୟକ୍ଷା ଶ୍ରୀମତୀ ଆଭାମୟି ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ଅବସରରେ ଅନୁଷ୍ଠିତ ସଭାରେ ଅଧ୍ୟକ୍ଷା ଶ୍ରୀମତୀ ଆଭାମୟି ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ଠଣସୁନ୍ଦର ମେହେର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କଲେଜର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ । ଶେଷରେ ମନୋଜ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ପୂର୍ବରୁ ସି ଏଚ୍‌ ସି ଘଷିଏନ, ଉତ୍କଳ ସେବକ ସମାଜ ବଲାଙ୍ଗିର, ଜ୍ୟୋତି ବିକାଶ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଭଇଁଷାର ମିଳିତ ଉଦ୍ୟମରେ କଲେଜର ରେଡ୍‌କ୍ରସ, ଏନ୍‌ ଏସ୍ ଏସ୍‌ ରୋଭର୍ ବିଭାଗର ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଲୋକମାନଙ୍କୁ ଏଡ଼ସ୍‌ ଉପରେ ସଚେତନ କରିବା ପାଇଁଁ ଏକ ବିରାଟ ରେଲି ଜ୍ୟୋତି ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ବାହାରି ଭଇଁଷା ଗ୍ରାମ ପରିକ୍ରମା କରିଥିଲା ।

Leave A Reply

Your email address will not be published.