csstore

କୁରସୁଡ଼ରେ ୟଙ୍ଗଷ୍ଟାର୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟ : ବଙ୍କାପୁରକୁ ପରାସ୍ତ କରି ଫାଇନାଲରେ କୁରସୁଡ଼

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ବ୍ଲକ ତଥା ସିନ୍ଧେକେଲା ଥାନା କୁରସୁଡ଼ ଗାଁରେ ଥିବା ନୀଳଚକ୍ର ଖେଳ ପଡିଆଠାରେ ଚାଲିଥିବା ୟଙ୍ଗଷ୍ଟାର୍ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜି ଷଷ୍ଠ ଦିବସରେ ପହଞ୍ଚିଛି । ଆଜିର ଏହି ଷଷ୍ଠ ଦିବସରେ ମୁଖ୍ୟ ଅତିଥି ଭାବେ ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘର ସଭାପତି ରଶ୍ମି ରଞ୍ଜନ ପୁଟେଲ ,ସମ୍ମାନୀୟ ଅତିଥି ଭାବେ ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘର ସମ୍ପାଦକ ହୁଲେଶ୍ୱର ହଂସ, ସମାଜସେବୀ ମନୋଜ କୁମାର ଜୈନ, ସାମ୍ବାଦିକ ଭବାନୀ ପ୍ରସାଦ ଷଡଙ୍ଗୀ, ସାମ୍ବାଦିକ ତ୍ରିନାଥ ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଖେଳାଲିମାନଙ୍କୁ ଉତ୍ସାହିତ କରିଥିଲେ । ଆଜିର ଷଷ୍ଠ ଦିବସର ଦ୍ଵିତୀୟ ସେମିଫାଇନାଲ କୁରସୁଡ଼ ଓ ବଙ୍କାପୁର୍ ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ଏଥିରେ ବଙ୍କାପୁର ଦଳକୁ ପରାସ୍ତ କରି କୁରସୁଡ଼ ଦଳ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଛି । ରେଫ୍‌ରି ସ୍ୱାଗତ ବେହେରା ଖେଳ ପରିଚାଳନା କରିଥିବା ବେଳେ ଲାଇନମ୍ୟାନ ଭାବେ ମୋହନ ସାହୁ ଓ ସଂକୀର୍ତ୍ତନ ଜାନୀ ସହଯୋଗ କରିଥିଲେ । ଆୟୋଜକ ୟଙ୍ଗଷ୍ଟାର ଫୁଟବଲ କ୍ଲବର ସଭାପତି ଦୀପକ ନାଏକ, ସମ୍ପାଦକ ବିଲୁ ଜାନୀ, କୋଷଧ୍ୟକ୍ଷ ଚନ୍ଦନ ବେହେରା, ତାପସ ନାଏକ, ତୋଫାନ ମାଝୀ, ମିଳନ ନାଏକ, ଜଗନ ବେହେରା, ଅଜେ ଜାନୀ, ସୁମନ ନାଏକ, ଚନ୍ଦନ ସରାଫ, ସୁବ୍ରତ ନାଏକ, ରାଜା ପାଣିଗ୍ରାହୀ ପ୍ରମୁଖଙ୍କ ସହ ଆୟୋଜକ କମିଟିର ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ । ଆସନ୍ତା ୨ତାରିଖ ଦିନ ଫାଇନାଲ ମ୍ୟାଚ ଖେଳାଯିବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ମିଳିଛି ।

jayashree
Leave A Reply

Your email address will not be published.