ପୁଇଁନ୍ତଳା ବ୍ଲକ ସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ

ବଲାଙ୍ଗିର/ପୁଇଁନ୍ତଳା, (କେପିଏନ୍‌ଏସ୍‌) : ପୁଇଁନ୍ତଳା ବ୍ଲକ ଅନ୍ତର୍ଗତ ଦମୟନ୍ତୀ ଉଚ୍ଚ ବିଦ୍ୟାଳୟ, ବହଲପଦରଠାରେ ବ୍ଲକ ସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଶିକ୍ଷା ଅଧିକାରୀ ଲୋକନାଥ ସୁନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ କୁମରମଣୀ ସେଠ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ବ୍ଲକ ଆବାହକ ଗିରିଜା ବାଙ୍କି, ବ୍ଲକ ସଂଯୋଜକ ଜୟକୃଷ୍ଣ ନାଏକ, ପ୍ରଧାନ ଶିକ୍ଷକ ଦୀଲିପ ବାରିକ, ସ୍କୁଲ ପରିଚାଳନା କମିଟି ସଭାପତି ରାଜେନ୍ଦ୍ର ମିଶ୍ର ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଏହି ବିଜ୍ଞାନ ମେଳାରେ ୨୧୫ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ଉଦ୍‌ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ, ବ୍ଲକ ଉନ୍ନୟନ ଅଧିକାରୀ ଅମରେନ୍ଦ୍ର ସ୍ୱାଇଁ, ଜିଲ୍ଲା ବିଜ୍ଞାନ ତତ୍ତ୍ୱାବଧାରକ ରାଜେଶ ମିଶ୍ର ମୁଖ୍ୟବକ୍ତା, ସରପଞ୍ଚ ଅହିତ କର୍ଣ୍ଣ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ବ୍ଲକ ସ୍ତରୀୟ ବିଜ୍ଞାନ ମେଳାରେ ଶ୍ରେଷ୍ଠ ୫ଟି ପ୍ରକଳ୍ପକୁ ଜିଲ୍ଲା ସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀରେ ଯୋଗ ଦେବାକୁ ଘୋଷଣା କରାଯାଇଥିଲା । ଓଏଭି ମହୀମୁଣ୍ଡା ଛାତ୍ରୀ ବ୍ରହ୍ମେଶ୍ୱରୀ ସାହୁ, ଛତାପିପଲ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ପୂଜା ଖମାରୀ, ଏକଲବ୍ୟ ମୋଡେଲ୍‌ ସ୍କୁଲର ଛାତ୍ର ଡୁଲେଶ୍ୱର ଭୁଏ, ବହଲପଦର ହାଇସ୍କୁଲର ଛାତ୍ର ସୂରଜ ନାଗ, ପର୍ଥଲା ହାଇସ୍କୁଲର ଛାତ୍ରୀ ରିଙ୍କି ସାହୁ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳାକୁ ମନୋନୀତ ହୋଇଥିଲେ । ବିଚାରକ ଭାବେ ସଞ୍ଜିବନୀ ପଣ୍ଡା, ୠତୁପ୍ରିୟା ନନ୍ଦ ଓ ପର୍ଯ୍ୟବେକ୍ଷକ ଭାବେ ସରୋଜ ନାୟକ ଯୋଗ ଦେଇଥିଲେ । ପ୍ରଥମ ଓ ଦ୍ୱିତୀୟ ଅଧିବେଶନର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ନାରାୟଣ ମିଶ୍ର, ଶୈଳେନ୍ଦ୍ରୀ ପରିଡା ଓ ଅଳକା ଦାଶ । ଧନ୍ୟବାଦ ଦେଇଥିଲେ ବିଜ୍ଞାନ ଶିକ୍ଷକ ଯୁଧିଷ୍ଠିର ସାହୁ । ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ବ୍ଲକର ସମସ୍ତ ସିଆର୍‌ସିସି ତଥା ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ଶିକ୍ଷା କର୍ମଚାରୀ ।

Leave A Reply

Your email address will not be published.