csstore

ବିଭତ୍ସ ଅ‌ନ୍ଧବି‌ଶ୍ୱାସ : ନୃଶଂସ ହତ୍ୟାକା‌ଣ୍ଡ

କୋରାପୁଟ : ବିଭତ୍ସ ଅନ୍ଧବିଶ୍ୱାସ ଯୋଗୁଁ ନୃଶଂସ ହତ୍ୟାକା‌ଣ୍ଡ ଘଟିଛି । ଗୁଣିଗାରେଡି ସନ୍ଦେହରେ ଗଳାକାଟି ହତ୍ୟା କରିବା ପରେ ପ୍ରମାଣ ନଷ୍ଟ ପାଇଁ ମୁଣ୍ଡ କାଟି ଜାଳିଦେଲେ ଓ ଶରୀରକୁ ନଦୀ କୂଳରେ ପୋତିଦେଲେ ହତ୍ୟାକାରୀ ବୋଲି ଖବର ମିଳିଛି। ମାଲକାନଗିରି ପଡିଆ ଅଂଚଳରେ ଏଭଳି ଅଭବାନୀୟ ଘଟଣା ଘଟିଛି । ପଡିଆ ଥାନା ଅନ୍ତର୍ଗତ ନନ୍ଦାଗୁଡା ଗାଁର କିଛି ଲୋକ ସେହି ଗାଁର କାରାମ କାନା ନାମକ ବ୍ୟକ୍ତିଙ୍କୁ ଘରୁ ଡାକିଆଣି ଗଳାକାଟି ହତ୍ୟା କରିଥିବା କୁହାଯାଇଛି ।

ସୂଚନା ଅନୁସାରେ ଗ୍ରାମର କିଛି ଲୋକ ସେହି ଗ୍ରାମର କାରାମ କାନାଙ୍କୁ ଘରୁ ଡାକିଆଣି ଘର ସମ୍ମୁଖରେ ଏକ ଦାଆ ସାହାଯ୍ୟରେ ଗଳା କାଟି ହତ୍ୟା କରିଥିଲେ । ଏହାପରେ ପ୍ରମାଣ ନଷ୍ଟ ପାଇଁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଘର ଠାରୁ ବୋହି ୨ କିମି ଦୂରରେ ଥିବା ଶାବେରୀ ନଦୀ କୂଳରେ ମୁଣ୍ଡକୁ ଶରୀର ରୁ ଅଲଗା କରି ପୋଡି ଦେଇଥିବା ବେଳେ ବଳକା ଶରୀରକୁ ନଦୀ କୂଳରେ ଥିବା ବାଲିପଠାରେ ପୋତି ଦେଇଥିଲେ। ଆଜି ସକାଳେ ମୃତକର ସ୍ତ୍ରୀ କାରାମ ଭୀମେ ପଡିଆ ଥାନାରେ ଆସି ଲିଖିତ ଅଭିଯୋଗ କରିବା ପରେ ପଡିଆ ଥାନା ଆଇଆଇସି ରଞ୍ଜନ କୁମାର ମାଝୀ, ଏସଆଇ ଚନ୍ଦ୍ରକାନ୍ତ ତାଣ୍ଡି ଘଟଣାସ୍ଥଳରେ ପହଞ୍ଚି ପଚରାଉଚୁରା କରିବା ସହ ମୃତ ଶରୀର ପୋତାଯାଇଥିବା ସ୍ଥାନ ଚିହ୍ନଟ କରିଥିଲା ।

jayashree
Leave A Reply

Your email address will not be published.